ଜୀବନ୍ତ ପ୍ରଶ୍ନ
“ଜଣେ ରାଜା ଥିଲେ । ତାଙ୍କର ଥିଲେ ଦୁଇଟି ରାଣୀ ।” ବାପା ଟିକି ଗେହ୍ଲୀ ଝିଅ ଗୌରୀକୁ କାହାଣୀ ଶୁଣାଇବାକୁ ଆରମ୍ଭ କରିଦେଲେ । ହେଲେ କାହାଣୀ ସରିବାର ବହୁ ପୂର୍ବରୁ ଶୋଇ ସାରିଥିଲା ଗୌରୀ । କିଛି ସମୟ ପରେ ବାପା ବି ଶୋଇଗଲେ । ତହିଁ ପରଦିନ ଗୌରୀ ବିଛଣାକୁ ଆସିବା ମାତ୍ରେ କହିଲା, “ବାପା, ମୁଁ ଆଜି ତୁମକୁ କାହାଣୀ ଶୁଣାଇବି ।” “ଆରେ ବାଃ, ମୋ ସୁନା ଝିଅ, ଶୁଣା ତୋ’ କାହାଣୀ”, ହସିଦେଇ କହିଲେ ବାପା । “ଜଣେ…

