ଆକାଶରୁ ଏବେ ଝରିଲାଣି ନିଆଁ ତୁହାକୁ ତୁହା
ଛଟପଟ ହାେଇ ଡାକ ଛାଡ଼ିଲାଣି ଡାମରାକୁଆ
ଫଗୁଣ ଆସୁଛି ତାତିଲା ବାଆକୁ ସାଥୀରେ ଧରି
ସିଏ ବି ହସିବ ଏଇଠି କେମିତି? ହେଲାଣି ସରି ।
କି କାଳ ହେଲା
ପାହାଡ଼ ଛାତିରୁ ଗରମ କିରଣ ଜୀବନ ନେଲା ।
କରୋନା ଫେରୁଛି ଲୋକଙ୍କ ଭିତରେ ପଡ଼ିଲା ହୁରି
ବାଜିବ ନାହିଁକି ବିବାହ ବେଳର କାହାଳି ତୂରୀ
ଆଶଙ୍କା ଲାଗୁଛି ପ୍ରତିଟି ପ୍ରାଣରେ କରୋନା କିବା
ଭାଙ୍ଗିବ ବୟସ୍କ ଲୋକର ଦାମିକା ଜୀବନ ଡିବା !
କୁହରେ କୁହ
ଭାବିଲାବେଳକୁ ଆଖିରୁ ଝରୁଛି ଅସରା ଲୁହ ।
ନିଦାଘ ତାତିଠୁ ଫଗୁଣ ତାତିଟା ଆହୁରି କଡ଼ା
ଚାଲିଲେ ଛାତିରେ କିଏ ସେ ମାରୁଛି ଲୁହାର ଧଡ଼ା
ଆଖିଟା ପୋଡ଼ୁଛି ମୁଣ୍ଡଟା ମାରୁଛି ଝାଇଁକି ଝାଇଁ
ଶୋଷରେ ଡହଳବିକଳ ମଣିଷ ପିଇବା ପାଇଁ
ବରଫ ପାଣି
ପିଇଲେ ଫେରିବ କରୋନା ଦେହକୁ? ହେଉନି ଜାଣି ।
– କୁଞ୍ଜ ବିହାରୀ ସାହୁ