You are currently viewing ଜୀବନ୍ତ ପ୍ରଶ୍ନ
ଜୀବନ୍ତ ପ୍ରଶ୍ନ

ଜୀବନ୍ତ ପ୍ରଶ୍ନ

“ଜଣେ ରାଜା ଥିଲେ । ତାଙ୍କର ଥିଲେ ଦୁଇଟି ରାଣୀ ।”
ବାପା ଟିକି ଗେହ୍ଲୀ ଝିଅ ଗୌରୀକୁ କାହାଣୀ ଶୁଣାଇବାକୁ ଆରମ୍ଭ କରିଦେଲେ । ହେଲେ କାହାଣୀ ସରିବାର ବହୁ ପୂର୍ବରୁ ଶୋଇ ସାରିଥିଲା ଗୌରୀ । କିଛି ସମୟ ପରେ ବାପା ବି ଶୋଇଗଲେ ।
ତହିଁ ପରଦିନ ଗୌରୀ ବିଛଣାକୁ ଆସିବା ମାତ୍ରେ କହିଲା, “ବାପା, ମୁଁ ଆଜି ତୁମକୁ କାହାଣୀ ଶୁଣାଇବି ।”
“ଆରେ ବାଃ, ମୋ ସୁନା ଝିଅ, ଶୁଣା ତୋ’ କାହାଣୀ”, ହସିଦେଇ କହିଲେ ବାପା ।
“ଜଣେ ରାଣୀ ଥିଲେ । ତାଙ୍କର ଥିଲେ ଦୁଇଟି ରାଜା । ”
“ଚୁପ୍… ସେମିତି କୁହନ୍ତି ନାହିଁ ମା’ । ସଂସାରରେ ଏମିତି ହୁଏନି । ତୋ’ର କାହାଣୀ ଶୁଣାଇବା ଦରକାର ନାହିଁ । ତୁ ଚୁପଚାପ ଶୋଇପଡ଼ ।” ତା’ ପିଠି ଥାପୁଡ଼େଇ ଦେଲେ ବାପା ଶୀଘ୍ର ନିଦ ଆସିବା ପାଇଁ ।

ମନେମନେ କିନ୍ତୁ ବହୁତ ଆଘାତ ପାଇଲା ଗୌରୀ । ଭାବିଲା, ଏମିତି ସେ କ’ଣ କହିଦେଲା ଯେ ବାପା ତା’ ଉପରେ ରାଗିଗଲେ । ଜଣେ ରାଜାଙ୍କର ଦୁଇଟି ରାଣୀ ହୋଇପାରିବ, ମାତ୍ର ଜଣେ ରାଣୀଙ୍କର ଦୁଇଟି ରାଜା ହୋଇପାରିବ ନାହିଁ । କି ଅଦ୍ଭୁତ କଥା !!

ଏ ପ୍ରଶ୍ନଟି ଏବେ ବି ଜୀବନ୍ତ ରହିଛି ଆମ ସମାଜରେ ।

ମୂଳ ରଚନା: ରାଜକମଲ ସକସେନା
ଅନୁବାଦ: ବିନୟ କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।