You are currently viewing ଦାନୀ
ଦାନୀ

ଦାନୀ

ପତି- ଆମ ଆଲମାରୀରେ ବହୁତ ପୁରୁଣା ଲୁଗାପଟା ଭର୍ତ୍ତି ହୋଇଗଲାଣି । ମୁଁ ଭାବୁଛି ସେଗୁଡ଼ିକ ବାହାର କରିଦେବା ଉଚିତ ।
ପତ୍ନୀ- ହଁ, ସେଇଆ କରିବା । ପୁରୁଣା ବାହାର କରିଦେଲେ ସିନା ସେଥିରେ ନୂଆ ରହିବା ପାଇଁ ଜାଗା ହୋଇଯିବ ।
ପତି- ସେ ପୁରୁଣା ଲୁଗାକୁ ଆମେ ଗରିବ ଲୋକଙ୍କୁ ଦାନ କରିଦେବା… ନା କ’ଣ ଭାବୁଚ?
ପତ୍ନୀ- ହଁ । ସେଗୁଡ଼ା ଆମର ଆଉ କ’ଣ ହେବ?
ପତି- ଆମର କାମବାଲୀଟି ବହୁତ ଗରିବ । ତାକୁ ଦେଇଦେବା ।
ପତ୍ନୀ- ତୁମ ଦପ୍ତରରେ ଯେଉଁ ଦୁଇଜଣ ଚପରାଶୀ ଆମ ଘରକୁ ଆସନ୍ତି, ସେମାନେ ବି ଆହୁରି ଗରିବ । ମୁଁ ଭାବୁଛି ସେମାନଙ୍କୁ ଦେଲେ ଭଲ ହୁଅନ୍ତା ।
ପତି- କ’ଣ ପାଇଁ ସେମିତି ଭାବୁଚ ଯେ?
ପତ୍ନୀ- ସେମାନେ ମଝିରେ ମଝିରେ କାମରେ ଆସୁଛନ୍ତି ଦରକାର ବେଳେ ।

ମୂଳ ରଚନା: ଅଶୋକ ଭାଟ୍ଟିୟା
ଅନୁବାଦ: ବିନୟ କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।