You are currently viewing ସଫାଇ
ସଫାଇ

ସଫାଇ

ସେଦିନ ଜରୁରୀ ବୈଠକରେ ଆଲୋଚନା ହେଲା ଯେ ଆମ ଶାସନ ବ୍ୟବସ୍ଥାରେ ଉପରୁ ତଳଯାଏ ଆବର୍ଜନାରେ ଭରପୁର ହୋଇଗଲାଣି । ତେଣୁ ସଫାଇ ହେବା ଏକାନ୍ତ ଆବଶ୍ୟକ । ଏ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇ ସିଦ୍ଧାନ୍ତ ନିଆଗଲା ଯେ ଏହାକୁ କାର୍ଯ୍ୟକାରୀ କରାଗଲେ ଦେଶର ମଙ୍ଗଳ ହେବ । ତହୁଁ ଚତୁର ତଥା କଡ଼ା ମିଜାସର ସର୍ବୋଚ୍ଚ ଅଧିକାରୀ ସେଇଠି ତୁରନ୍ତ ଆଦେଶ ପ୍ରଦାନ କଲେ ଯେ “ସୁନ୍ଦର ପ୍ରସ୍ତାବ । ଆଜି ଏଇ ମୁହୂର୍ତ୍ତରୁ ହିଁ ସଫାଇ ଅଭିଯାନ ଆରମ୍ଭ କରାଯାଉ ।”

ବୈଠକରେ ବେଶ୍ କିଛିକ୍ଷଣ ପାଇଁ ନିରବତା ଛାଇଗଲା । ଜନୈକ ଯୁବ ଅଧିକାରୀ ବିନମ୍ରତାର ସହ କହିଲେ, “ସାର୍, ସିଡିର ସଫାଇ ଉପରୁ ତଳଆଡକୁ ନା ତଳ ଆଡୁ ଉପର ଆଡକୁ ହୁଏ?” ପ୍ରଶ୍ନଟି ଶୁଣି ସେହି ଚତୁର ଅଧିକାରୀଜଣକ ନିର୍ଲ୍ଲଜଙ୍କ ଭଳି ହେହେହେ କରି ହସିଦେଇ କଥାର ମୋଡ଼ ବୁଲାଇ ଦେଲେ ।

ମୂଳ ରଚନା: ରାଜୀବ କୁମାର
ଅନୁବାଦ: ବିନୟ କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।