You are currently viewing କପେ ଚାହା
Odia Poem Kape Chaha (କପେ ଚାହା) by Duleswar Sahu

କପେ ଚାହା

ସକାଳ ପାହିବା ମାତ୍ରେ ମୁଁ
ତତେ ହିଁ ଅନୁଭବି ପାରେ
ଜହ୍ନର ଜ୍ୟୋସ୍ନାରେ
ଜଙ୍ଗଲର ଅଦ୍ଭୁତ ଓ ଅନାବୃତ
ପକ୍ଷୀ ମାନଙ୍କର ପ୍ରେମରେ ।

ସକାଳୁ ସକାଳୁ ଗୁଡ୍ ମର୍ନିଙ୍ଗ୍ ନୁହେଁ
ବରଂ କପେ ଚାହା ହେଲେ
ଜୀବନକୁ ଶାନ୍ତି ମିଳେ
ଭରପୁର ମଜା ଲାଗେ
ଲାଗେ ମତେ ଗୋଲାପର ପ୍ରେମରେ
ପ୍ରେମିକ ପାଲଟି ଯାଇଛି ।

ତା’ ଧୂଆଁ ଧୂଆଁ ନୁହେଁ
ମତେ ଆଉଁସି ଦେଉଥିବା ଗୋଟେ
ଅଜସ୍ର ପ୍ରେମର ହାତ ପାପୁଲି
ଓଃ ! କି ଶାନ୍ତି ।

ମୋ ଧମନୀ ଭିତରେ ନୁହେଁ ବରଂ
ମୋ ଶରୀର ଭିତରେ ଥିବା
ପ୍ରତ୍ୟେକଟି ଗଳିକନ୍ଦି ଭିତରେ
ଖାସ୍ ତୋ’ରି ଚର୍ଚ୍ଚା ।

– ଡୁଲେଶ୍ୱର କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡୁଲେଶ୍ୱର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।