ଦେଖୁଥାଏ ପରସ୍ତ ପରସ୍ତ ମେଘ ଉହାଡ଼ରେ,
କୁଞ୍ଚିତ କବରୀ କୃଷ୍ଣ, ହସର ଲାବଣ୍ୟ,
କେବେ ସାଜ ଇନ୍ଦ୍ରଧନୁ ସାତ ରଙ୍ଗ ମାଖି,
ବିଜୁଳି ଚମକେ ତୁମ, ଖେଳେ ଶିହରଣ !
ପାଇଯାଏ ଥିରି ଥିରି ମଳୟ ବାସ୍ନାରେ,
ମଧୁମାଳତୀର ମିଠା ଗୋଧୂଳି ଲଗନ,
କୋଇଲିର କୁହୁ ତୁମ ପ୍ରୀତି ଡାକବାଜି,
ଆମ୍ରକାନନରେ ଅବା ଲୁଚିଛ ମଉନ !
ଅନୁଭବେ ଦିଗନ୍ତର ପାହାଡ଼ ଶିଳାରେ,
ଦେଖୁଛି ସହୁଛି ସେ ତ ସମୟର ଖେଳ,
ତଥାପି ତା’ ଚିତ୍ତ ଶାନ୍ତ, ଅବିଶ୍ରାନ୍ତ ମନ,
ସତେ, ଅବାରିତ ତୁମ ପ୍ରେମଯଜ୍ଞ ଧନ !
– ସଂଜୀବ କୁମାର ଦାଶ