କେବେ କେବେ ସବୁଜ ବଳୟ ମଧ୍ୟରେ
ସ୍ୱପ୍ନର ନାୟିକା ସନ୍ଧାନରେ ।
କେବେ ପୁଣି ଚିରସ୍ରୋତା ନଦୀର କୂଳରେ
ପାଗଳ ପ୍ରାୟ ମୁଁ ଭ୍ରମେରେ ॥
ସକାଳ ଖରାର କୋମଳ ତାତିରେ
ତା’ରି ଉଷ୍ମତା ଅନୁଭବ କରେ ।
ମଳୟ ପବନରେ ଶୀତଳ ସ୍ପର୍ଷରେ
ତା’ରି ସୁଗନ୍ଧ ମୁଁ ବାରିପାରେ ॥
କେବେ କେବେ ପହାଡ଼ର ପାଦ-ଦେଶରେ
ମୋ ସାଥେ ଚାଲେ ସେ ଏକାନ୍ତରେ ।
କେବେ ପୁଣି ଦୁର୍ଲଂଘ୍ୟ ସମୁଦ୍ର ତଟରେ
ଶାମୁକାର ମୋତି ଭଳି ସେ ଦିଶେରେ ॥
ମନ ଖୋଜେ ଯାହାକୁ ପ୍ରତିଟି ମୁହୂର୍ତ୍ତରେ ।
ସନ୍ଧାନର ସେହି ଉତ୍କଣ୍ଠା ମଧ୍ୟରେ ।
ଅନାମିକା ନାୟିକା ଯିଏ ମୋ ସ୍ୱପ୍ନରେ
ଉନ୍ମାଦିତ ମନ ମୋ ତାହାରି ସ୍ପର୍ଶରେ ॥
– ଗଗନ କୁମାର ପାଣିଗ୍ରାହୀ