Odia Poem Priya Tume Biswasaghata (ପ୍ରିୟା ତୁମେ ବିଶ୍ୱାସଘାତକ) by Prashant Pradhan

ପ୍ରିୟା ତୁମେ ବିଶ୍ୱାସଘାତକ

ଲଗେଇଦେଲ ଗୋ କଳଙ୍କର ଛିଟା ବିଶ୍ୱାସର ମଞ୍ଜି ବୁଣି ମନ ଆକାଶରେ ଛଳନା ରଙ୍ଗର ଇନ୍ଦ୍ରଧନୁ ଦେଲ ଟାଣି ॥ ମରୀଚିକା ସମ ଥିଲା ତୁମ ପ୍ରେମ ମେଣ୍ଟିଲା ନାହିଁ ମୋ ତୃଷ୍ଣା କସ୍ତୁରୀ ମୃଗ ମୁଁ ସାଜିଥିଲି ପ୍ରିୟା ପାଇବାକୁ ତୁମ ବାସ୍ନା ॥ ଅନ୍ଧ ପ୍ରେମିକ ମୁଁ ଜାଣି ପାରିଲିନି ମାୟାବିନୀ ତୁମେ ବୋଲି ମାୟାରେ ତୁମର ବିଭୋର ହୋଇ ମୁଁ ଦୁନିଆକୁ ଗଲି ଭୁଲି ॥ ବିଶ୍ୱାସଘାତକ ସାଜିଲ ଗୋ ତୁମେ ଧରିଲ…

ଅଧିକ ପଢ଼ନ୍ତୁ
Odia Poem Gariba (ଗରିବ) by Janmajaya Nayak

ଗରିବ

ଯନ୍ତ୍ରଣାର ଜତୁଶାଳେ ଜଳିବାରେ ମୋତେ ମିଳିଥାଏ ଆନନ୍ଦ ଆଖିରେ ଲୁହ ଜକେଇ ଆସିଲେ ଭାଙ୍ଗିନପଡ଼ି ମୁଁ ଦେଖାଏ ସାହସ, ପିଲାଦିନୁ ଆଜିଯାଏ ଦୁଃଖଦାରିଦ୍ର୍ୟର କଷଟି ପଥରରେ ପେଷି ହୋଇ ଜାରି ରଖିଛି ମୋର ସଂଘର୍ଷ, ଦୁନିଆକୁ ଚିହ୍ନିବାରେ ସୁଯୋଗ ପାଉଛି ହଁ ମୁଁ ଗରିବ… ମୋର ସ୍ୱତନ୍ତ୍ର ସମ୍ପ୍ରଦାୟ ଏ ଭଦ୍ର ଧନୀକ ସମାଜ ମୋତେ ଛୋଟ ନଜରରେ ଦେଖେ ଘୃଣା କରେ କାରଣ ମୁଁ ତାଙ୍କ ସହ ମିଶିବାକୁ ଯୋଗ୍ୟ ନୁହେଁ କଷ୍ଟର ସୀମା ଟପିଲେ…

ଅଧିକ ପଢ଼ନ୍ତୁ
Odia Poem Kie ba Bhuliba (କିଏ ବା ଭୁଲିବ) by Ramesh Chandra Behera

କିଏ ବା ଭୁଲିବ

କିଏ ବା ଭୁଲିବ ମୋ ଓଡ଼ିଶାର ବୀରପୁତ୍ର ମଧୁସୂଦନ, ଗୋପବନ୍ଧୁ ସୁବାଷ, ସୁରେନ୍ଦ୍ର, ଲକ୍ଷ୍ମଣ ରାଧାନାଥ, ଫକିରମୋହନ ଗଙ୍ଗାଧର, ଜୟଦେବ ଖୁଦିରାମ ଆଦି ମାହାତ୍ମ୍ୟଙ୍କ ଅବଦାନକୁ? କିଏ ବା ଭୁଲିବ ମୋ ଓଡ଼ିଶାର ସଂସ୍କୃତି କୋଣାର୍କର କାରୁକାର୍ଯ୍ୟ ବେଶଭୁଷା ସନ୍ଧ୍ୟାର ଗୋଧୂଳି ପକ୍ଷୀଙ୍କର କିଚିର ମିଚିରି ସଂସ୍କାରି ଜନଜାତିକୁ କିଏ ବା ଭୁଲିବ ମୋ ଓଡ଼ିଶାର ସବୁଜିମା ଭରା ଘଞ୍ଚ ଅରଣ୍ୟ, ପର୍ବତମାଳା ସବୁଜ ବନାଦୀର ଚାରୁ ଚିତ୍ରପଟ୍ଟକୁ? କିଏ ବା ଭୁଲିବ ମୋ ଓଡ଼ିଶାର ଶାଗ…

ଅଧିକ ପଢ଼ନ୍ତୁ
Odia Poem Badi Barakoli (ବାଡ଼ି ବରକୋଳି) by Saroj Kumar Sahoo

ବାଡ଼ି ବରକୋଳି

ଖଟା ସିନା ଲାଗେ ବାଡ଼ି ବରକୋଳି ରସାଳ ସେଇଟି ଭାରି ପ୍ରତିଟି ବରଷ ଶୀତ ସାଥେସାଥେ ଫୁଲଫଳ ଆସେ ଭରି । ଦୂର ଦୂରାନ୍ତର କେତେ ଟିକି ପକ୍ଷୀ ଡାଳରେ ବସନ୍ତି ନିତି କେତେଯେ ଭଅଁର କେତେ ମହୁମାଛି ଖେଳୁଥାନ୍ତି ପ୍ରଜାପତି । ଚର୍ତୁପାଶ୍ୱ ତା’ର ଦିଶଇ ସୁନ୍ଦର ମଧୁର ମଧୁର ବାସେ ସକାଳ ସଞ୍ଜର ଧୀର ପବନରେ ସଭିଙ୍କର ମନ ତୋଷେ । ସାହିପଡ଼ିଶାର ବଡ଼ଠାରୁ ସାନ ପିଲାଙ୍କର ଜମେ ମେଳି ବାରଣ ନଥାଏ କେବେବି କାହାକୁ ଆନନ୍ଦେ ଖାଆନ୍ତି…

ଅଧିକ ପଢ଼ନ୍ତୁ
Odia Poem Kabi o Kabita (କବି ଓ କବିତା) by Rashmibala Satapathy

କବି ଓ କବିତା

କବି କହେ କବିତାକୁ କିପରି କହିବି ମନର କଥା, କବିତା କହେ କବିରେ ମୁଁ ପରା ତୋ ମନର ବ୍ୟଥା । କବିତାରେ ଲେଖୁଛୁ ତୁ ତୋ ମନର ଅକୁହା କଥା, ଜାଣିପାରୁ ନାହୁଁ କବିରେ ଇଏ ପରା ତୋ’ ହୃଦୟର ବାର୍ତ୍ତା । କବି କହେ କବିତାରେ ପ୍ରକୃତ ବନ୍ଧୁ ଯେ ତୁ ମୋର, ତୋରି କୋଳେ ଖୋଲିଦିଏ ଅକୁହା କଥାର ଗନ୍ତାଘର । କବିତା କହେ କବିରେ ମୁଁ ପରା ଅଛି ତୋ’ ସାଥିରେ, ସ୍ନେହମୟୀ ମା’ ପରି…

ଅଧିକ ପଢ଼ନ୍ତୁ