
ଭକତ ବତ୍ସଳ ହରି
ଭକତକୁ ଛାଡ଼ି ରହି ନ ପାରନ୍ତି ଭକତ ବତ୍ସଳ ହରି, ସଲିଳ ବିହୁନେ ମୀନ ହୁଏ ଯେହ୍ନେ ପ୍ରଭୁଙ୍କ ଦଶା ସେପରି ।୧। କାୟା ବିନା ଛାୟା ରହି ନ ପାରଇ ଯେସନେ କ୍ଷଣକ ପାଇଁ, ଭକତ ବିରହେ ଅଧୀର ହୁଅନ୍ତି ତେସନେ ଜଗତ ସାଇଁ ।୨। ମୁହୂର୍ତ୍ତକ ଲାଗି ହୁଏ ତ ଭକତ ଭାବରେ ହେଲେ ଅନ୍ତର, ଦୀନ ବନ୍ଧୁ କେବେ ସହି ନ ପାରନ୍ତି ବିଚ୍ଛେଦ ତିଳେ ମାତର ।୩। ଏକଇ ମୁଦ୍ରାର ଦୁଇ…