କେବେ ତୁ ଆସିବୁ ମୋ ପାଖକୁ ଧାଇଁ
ଅନେଇ ବସିଛି ମୁହିଁ
ସେ ଅଭୁଲା ହସ ସେ ଅଭୁଲା ବେଶ
ମନେ ପଡ଼େ ନୀତି ରାତି ।
କଥା ଦେଇଥିଲି କଥା ଦେଉଅଛି
ପର କରିବିନି କେବେ
ସାରା ଜୀବନ ମୁଁ ତୋ ସାଥେ ଚାଲିବି
କଣ୍ଟା ଅବା ଫୁଲ ବାଟେ ।
କିପରି ବଞ୍ଚିବି ତୋ’ଠାରୁ ଦୂରେଇ
କେମିତି ଭାବୁ ସେ କଥା
ମୋ ହୃଦୟ ଝୁରେ ପ୍ରତିକ୍ଷେଣେ ତୋତେ
କିପରି କହିବି ବ୍ୟଥା ।
ଏ ସାରା ପୃଥିବୀ ଅଗ୍ନୀମୟ ଲାଗେ
ନ ଥିଲେ ପାଖେ ତୋ’ ଛାଇ
ଜଳି ଜଳି ପ୍ରିୟା ଜୀଅନ୍ତା ଶବ ମୁଁ
ଖୋଜେ ଟିକେ ଛାଇ ଆସରା…
– ସର୍ଜନ କୁମାର ସାହୁ