You are currently viewing କାଳିଆ କଳିଯୁଗରେ
କାଳିଆ କଳିଯୁଗରେ

କାଳିଆ କଳିଯୁଗରେ

କିଏ କହେ ଜଗା, କିଏ ଜଗନ୍ନାଥ,
କୋଟି କୋଟି ନାମ ତୋ’ର,
ତୁହି ରାମଚନ୍ଦ୍ର, ତୁହି ପର୍ଶୁରାମ,
ସହସ୍ର ରୂପ ତୋହର ।।୧।।

ଅପଲକ ନୟନେ ରହିଛୁ ଅନାଇ,
ତୋହର ଭକତ ଗଣଙ୍କୁ,
ଭକତିରେ ବନ୍ଧା ଭାବର ଠାକୁର,
ଟଙ୍କା ପଇସା ଅଲୋଡ଼ା ତାକୁ ।।୨।।

ଶହେ ଆଠ ଗରା ପାଣିରେ ଗଧାଏ,
ଦେବସ୍ନାନ ପୂର୍ଣ୍ଣିମାରେ,
ଦେବ ଶରୀରରେ ମଣିଷ ପରାଏ,
ଜରରେ ତା’ ଦେହ ଥରେ ।।୩।।

ଅଣସର ଘରେ ରୁହେ ତ ସେ ଯାଇ,
ଫୁଲୁରୀ ତେଲ ଲଗାଏ,
ଦଇତାପତିଙ୍କ ସେବା ଯତନରେ,
ଦେହରୁ ଜର ଓହ୍ଲାଏ ।।୪।।

ଆଷାଢ଼ ମାସରେ ଦ୍ୱିତୀୟା ତିଥିରେ,
ହୁଏ ଶ୍ରୀ ଗୁଣ୍ଡିଚା ରଥଯାତ୍ରା,
ଭାଇ, ଭଉଣୀ ସହ ଶ୍ରୀମନ୍ଦିରୁ ଆସି,
ଜଗା ରଥରେ ହୁଏ ଉଭା ।।୫।।

ନନ୍ଦିଘୋଷରେ ବସି ମାଉସୀ ଘରକୁ,
ଯାଏ ପୋଡ଼ପିଠା ଖାଇବାକୁ,
ନଅ ଦିନ ରହି ବାହୁଡ଼ି ଆସେ ଯେ,
ମହାଲକ୍ଷ୍ମୀଙ୍କୁ ମନେଇବାକୁ ।।୬।।

କୋଟି କୋଟି ଲୀଳା କୋଟି କୋଟି ଗାଥା,
ରହିଛି ତୋ’ ନାଆଁରେ,
ଭକତ ଜନଙ୍କୁ ତାରିବା ପାଇଁ କି,
“କାଳିଆ କଳିଯୁଗରେ” ।।୭।।

ନିବେଦିତା ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିବେଦିତା ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।