You are currently viewing କିଏ ବା ଭୁଲିବ
Odia Poem Kie ba Bhuliba (କିଏ ବା ଭୁଲିବ) by Ramesh Chandra Behera

କିଏ ବା ଭୁଲିବ

କିଏ ବା ଭୁଲିବ
ମୋ ଓଡ଼ିଶାର ବୀରପୁତ୍ର
ମଧୁସୂଦନ, ଗୋପବନ୍ଧୁ
ସୁବାଷ, ସୁରେନ୍ଦ୍ର, ଲକ୍ଷ୍ମଣ
ରାଧାନାଥ, ଫକିରମୋହନ
ଗଙ୍ଗାଧର, ଜୟଦେବ
ଖୁଦିରାମ ଆଦି ମାହାତ୍ମ୍ୟଙ୍କ
ଅବଦାନକୁ?

କିଏ ବା ଭୁଲିବ
ମୋ ଓଡ଼ିଶାର ସଂସ୍କୃତି
କୋଣାର୍କର କାରୁକାର୍ଯ୍ୟ
ବେଶଭୁଷା ସନ୍ଧ୍ୟାର ଗୋଧୂଳି
ପକ୍ଷୀଙ୍କର କିଚିର ମିଚିରି
ସଂସ୍କାରି ଜନଜାତିକୁ
କିଏ ବା ଭୁଲିବ
ମୋ ଓଡ଼ିଶାର
ସବୁଜିମା ଭରା
ଘଞ୍ଚ ଅରଣ୍ୟ, ପର୍ବତମାଳା
ସବୁଜ ବନାଦୀର
ଚାରୁ ଚିତ୍ରପଟ୍ଟକୁ?

କିଏ ବା ଭୁଲିବ
ମୋ ଓଡ଼ିଶାର ଶାଗ ପଖାଳ
କୂଳବଧୁର ଓଢ଼ଣୀ
ବସନ୍ତର ମଳୟ
ଓଡ଼ିଶୀ, ଛଉ ନୃତ୍ୟ
ସାଧବାଣୀର
ବୋଇତ ବନ୍ଧାଣ
ବାର ମାସର ତେର ପର୍ବକୁ !

କିଏ ବା ଭୁଲିବ
ମୋ ଓଡ଼ିଶାର
ପୂର୍ଣତୟା ନଦନଦୀ
ସାଗରର ବେଳାଭୂମି
ଜୁଆରର କଳ କଳ ନାଦ
ନୀଳ ସାଗରର
ନୀତି କୁହା କଥାକୁ !!

– ରମେଶ ଚନ୍ଦ୍ର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।