You are currently viewing ତୁମ ପାଇଁ କବିତାଟିଏ
ତୁମ ପାଇଁ କବିତାଟିଏ

ତୁମ ପାଇଁ କବିତାଟିଏ

ମୁଁ କବିତା ନୁହେଁ
ନିଜ ଅନୁଭୂତି ଲେଖୁଅଛି,
ଆଜି ତୁମ କଥା
କିଛି ବିଶେଷ ଭାବୁଅଛି ।

ଯେବେ ମିଶିଥିଲି ତୁମ ସାଥେ
ଲାଗୁଥିଲା କିଛି ଅଲଗା,
ଦୂରତ୍ଵ ବଢ଼ାଇ ଏବେ
ସାଜିଅଛି ଅଭାଗା ।

ଅପରିଚିତରୁ ହୋଇଥିଲ ପରିଚିତ ମୋ’ର
ପରିଚିତରୁ ପୁଣି ସାଜିଥିଲ ଜୀବନର ସାର
ତୁମକୁ ମୋ’ ବଞ୍ଚିବାର ତୃଷା ଲେଖୁଅଛି
ତୁମ ପାଇଁ ଆଜି ବି ବସି ଭାବୁଅଛି ।

ତୁମ ଆସିବାରେ ଏମିତି କିଛି ଶିଖିଥିଲି
ଆଜି ଶବ୍ଦକୁ କାଗଜରେ ପ୍ରକାଶିତ କରିଦେଲି,
ନିଜ ହୃଦୟରେ ରଖିଥିବା ଭାବନାକୁ ଆଜି ଲେଖୁଅଛି
ତୁମ ପାଇଁ କିଛି ବିଶେଷ ଭାବୁଅଛି ।

– ଲୋପାମୁଦ୍ରା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଲୋପାମୁଦ୍ରା ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।