You are currently viewing ପ୍ରିୟା ତୁମେ ବିଶ୍ୱାସଘାତକ
Odia Poem Priya Tume Biswasaghata (ପ୍ରିୟା ତୁମେ ବିଶ୍ୱାସଘାତକ) by Prashant Pradhan

ପ୍ରିୟା ତୁମେ ବିଶ୍ୱାସଘାତକ

ଲଗେଇଦେଲ ଗୋ କଳଙ୍କର ଛିଟା
ବିଶ୍ୱାସର ମଞ୍ଜି ବୁଣି
ମନ ଆକାଶରେ ଛଳନା ରଙ୍ଗର
ଇନ୍ଦ୍ରଧନୁ ଦେଲ ଟାଣି ॥

ମରୀଚିକା ସମ ଥିଲା ତୁମ ପ୍ରେମ
ମେଣ୍ଟିଲା ନାହିଁ ମୋ ତୃଷ୍ଣା
କସ୍ତୁରୀ ମୃଗ ମୁଁ ସାଜିଥିଲି ପ୍ରିୟା
ପାଇବାକୁ ତୁମ ବାସ୍ନା ॥

ଅନ୍ଧ ପ୍ରେମିକ ମୁଁ ଜାଣି ପାରିଲିନି
ମାୟାବିନୀ ତୁମେ ବୋଲି
ମାୟାରେ ତୁମର ବିଭୋର ହୋଇ ମୁଁ
ଦୁନିଆକୁ ଗଲି ଭୁଲି ॥

ବିଶ୍ୱାସଘାତକ ସାଜିଲ ଗୋ ତୁମେ
ଧରିଲ ଆଉକା’ ହାତ
ପ୍ରେମ ପାଗଳର ଆଖ୍ୟାଦେଇ ମୋତେ
ମିଛକୁ କରିଲ ସତ ॥

ଅସୀ ଧାରେ ଚାଲି କ୍ଷତାକ୍ତ ହୋଇଲି
ଝରିଗଲା ଖାଲି ଲୁହ
ଅସମ୍ପୂର୍ଣ୍ଣ ହେଲା ପ୍ରେମର କାହାଣୀ
ଛାତିରେ ଛାତିଏ କୋହ ॥

– ପ୍ରଶାନ୍ତ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।