ପାହାନ୍ତି ସପନ

ପାହାନ୍ତି ସପନ

ନିସ୍ତବ୍ଧ ନିରଳା ବିଜନ ରଜନୀ ଅକୁହା ସପନ ଅଭୁଲା କାହାଣୀ । ଗଗନେ ନକ୍ଷତ୍ର ଚଳନ୍ତି ଚନ୍ଦ୍ରମା ସପନେ ଆସନ୍ତି ସୁନ୍ଦରୀ ପ୍ରତିମା । ଶରୀରେ ଶୋଭୁଛି ଅକୁହା ଅଳସୀ ସୁନ୍ଦର ଲାଗୁଛି କାଖରେ କଳସୀ । ଶୀତୁଆ ଲହରୀ ଖେଳୁଛି ଜଗତେ ସପନ ଧାଉଁଛି କୁହୁଡ଼ି ସଙ୍ଗତେ । ଅମାପ ସପନ ଆସୁଛି ନୟନେ ଆନନ୍ଦ ଭରୁଛି ସପନେ ଶୟନେ । ପାହାନ୍ତି ପ୍ରଭାତ ଆସିଲା ଦଉଡ଼ି ସପନ ମୋହର ଗଲାରେ ବିଗିଡ଼ି । ପୂର୍ଣ୍ଣଚନ୍ଦ୍ର ରଣାପୂର୍ଣ୍ଣଚନ୍ଦ୍ର ରଣା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର…

ଅଧିକ ପଢ଼ନ୍ତୁ
se

ସେ

ମୁଁ ଡଗ ଡଗ ଫୁଟାପାଣି ସେ ଶାନ୍ତ ବରଫ, ମୁଁ ବଲ ବଲ ଓଠ ସେ ପ୍ରୀତିମଖା ହସ, ମୁଁ ଫଡ଼ ଫଡ଼ ଡେଣା ସେ ମଜବୁତ ବାହା, ମୁଁ ଗର ଗର ଗ୍ରୀଷ୍ମ ସେ ଧାରା ଶ୍ରାବଣ, ମୁଁ ଠକ୍ ଠକ୍ ଦରଜା ସେ ବନ୍ଦ ଝରକା, ମୁଁ ତର ତର ଅଙ୍କ ସେ ସରଳ ସମାଧାନ, ମୁଁ ଠପ ଠପ ଲୁହ ସେ ଲୁଣିଆ ଝାଳ, ମୁଁ ଛମ ଛମ ପାଉଁଜି ସେ ଗୁମସୁମ…

ଅଧିକ ପଢ଼ନ୍ତୁ
ଅପ୍ରାପ୍ତି

ଅପ୍ରାପ୍ତି

କେବେ ମୁଁ ଥିଲି ଗଳ୍ପ, ତୁଥିଲୁ ମୋ ଗୀତି ଏବେ ମୁଁ ପାପଟିଏ, ତୁ ବହୁଦୂରେ ପ୍ରାପ୍ତି ଦିନେ ମୁଁ ଥିଲି ସ୍ୱାଦ, ତୁ ଥିଲୁ ମୋ ଶାନ୍ତି ଏବେ ମୁଁ ଦୋଷଟିଏ, ତୁ ବହୁଦୂରେ ଦୀପ୍ତି ଦିନେ ମୁଁ ଥିଲି ତୃଷ୍ଣା, ତୁ ଥିଲୁ କେବେ ତୃପ୍ତି ଏବେ ମୁଁ ସ୍ୱପ୍ନଟିଏ, ତୁ ବହୁଦୂରେ ସ୍ମୃତି ଦିନେ ମୁଁ ଥିଲି ସତ୍ୟ, ତୁ ଥିଲୁ ମୋ ସ୍ଫୁର୍ତ୍ତି ଏବେ ମୁଁ ଶାପଗ୍ରସ୍ତ, ତୁ ବହୁଦୂରେ ସ୍ତୁତି…

ଅଧିକ ପଢ଼ନ୍ତୁ
tuma-asibara-abhipraya

ତୁମ ଆସିବାର ଅଭିପ୍ରାୟ

ଅଳ୍ପ କିଛି ଦିନର ପରିଚୟ ଜାଣେନା ମୁଁ ତୁମ ଆସିବାର ଅଭିପ୍ରାୟ । ଲାଗୁଥିଲା ଜୀବନ ଏଇଠି ସରିଗଲା, ଏବେ ଲାଗେ ଯେମିତି ଆରମ୍ଭ ହେଲା । ଯେମିତି ରାତି ଆସିଲେ ହୁଏ ଅନ୍ଧାର କିନ୍ତୁ ନିଶ୍ଚିନ୍ତ ଯେ ଆସିବ ନୂଆ ସକାଳ । ଅଜଣା ଥିଲ ବୋଲି ଲାଗୁଥିଲା ଡର ଏବେ କାହିଁ ଲାଗ ତୁମେ ନିଜର ନିଜର । ମତେ ତୁମ ଜୀବନକୁ କରିଛ ସ୍ୱାଗତ କେମିତି ଜଣେଇବି ମୋ ମତାମତ? ଚାହେଁନା ମୁଁ ହବାକୁ ବାଟର ବାଟୋଇ ରହିବାକୁ…

ଅଧିକ ପଢ଼ନ୍ତୁ
ତୁମ ସ୍ମୃତି

ତୁମ ସ୍ମୃତି

ତୁମ ସ୍ମୃତି କେବେ ପଦୁଅଁ ପତରେ ବରଷାର ଗୋଟେ ଟୋପା ତୁମ ସ୍ମୃତି କେବେ କବିତା ବହିରେ ପ୍ରେମର ଦି’ଧାଡ଼ି ଛପା ତୁମ ସ୍ମୃତି କେବେ ଗୋଲାପ ଡାଳରେ କଣ୍ଟାର ଉପସ୍ଥିତି ତୁମ ସ୍ମୃତି କେବେ ମଲାଜହ୍ନ ବୋହି ବାଟ ଚାଲୁଥିବା ରାତି ତୁମ ସ୍ମୃତି କେବେ ହୋଲିର ଅବିର ଫଗୁଣ ଆକାଶେ ଉଡ଼ା ତୁମ ସ୍ମୃତି କେବେ ପୁରୁଣା ବହିର ମଝି ପୃଷ୍ଠାଟିଏ ମୋଡ଼ା ତୁମ ସ୍ମୃତି କେବେ ଚଉଁରା ମୂଳରେ ଜଳୁଥିବା ମାଟି ଦୀପ…

ଅଧିକ ପଢ଼ନ୍ତୁ