ସମ୍ପର୍କ
ସମ୍ପର୍କ ଯେ ସୃଷ୍ଟିହୁଏ ମନର ମିଳନେ ସମସ୍ତଙ୍କୁ ବାନ୍ଧିରଖେ ତାହାରି ସୂତାରେ । ସମ୍ପର୍କର ଆଦି ଥାଏ ନଥାଏ ଯେ ଅନ୍ତ ଜୀବନ ପାନ୍ଥଶାଳାରେ ସେ ଅଟେ ପଥିକ । ନୁହେଁ ସେ ତ କାଚଘର, ଆଘାତରେ ଭାଙ୍ଗିଯିବ ନୁହେଁ ସେ ଶିଶିର ବିନ୍ଦୁ, ସୂର୍ଯ୍ୟ ଶୋଷିନେବ । ଭାଙ୍ଗିପାରେ ନାହିଁ ତାକୁ ଝଡ଼ ବା ବତାସ ସମ୍ପର୍କ ବିଚ୍ଛେଦେ ବ୍ୟକ୍ତି ହୁଅଇ ନିରାସ । ସେ ସମ୍ପର୍କ ଅଟେ ପୁଣି ହସ କାନ୍ଦ ମିଶା ଧୋଇ ପାରେ ନାହିଁ ତାକୁ ଅଦିନ…

