ଶୀତୁଆ ସକାଳ ପ୍ରେମ
ସକାଳୁ କି ନିଦ !!! ମୁଁ ଶବପ୍ରାୟ; ଯୌତୁକରେ ପାଇଥିବା ଖଟ ଉପରେ ତମ ଦରମା ପଇସାରେ କିଣା କମ୍ବଳରେ ତମଠୁ ପାଇଥିବା ସନ୍ତକଟିକୁ ଜାକିଧରି କୋଳରେ । “ଏଇ… ବାପପୁଅ କେତେ ଶୋଇବ…?” ସକାଳୁ ସକାଳୁ କେଁ କେଁ ଶବ୍ଦ ମତେ କର ଦ୍ରୌପଦୀ ଆଉ ତମେ ହେଇଯାଅ ଦୁଃଶାସନ ଫିଙ୍ଗିଦିଅ କମ୍ବଳକୁ ଦେହେ ଘଷି ମୋର ତମ ଥଣ୍ଡା ଥଣ୍ଡା ହାତକୁ ଆଖି ଖୋଲି ମୁଁ ଦେଖେ ତ !!! ରାଜଧାନୀକୁ ଶୀତ ଛୁଇଁଥିଲା ତମ ନାଲି ଜ୍ୟାକେଟ…

