ତୁମ ସ୍ମୃତି

ତୁମ ସ୍ମୃତି

ତୁମ ସ୍ମୃତି କେବେ ପଦୁଅଁ ପତରେ ବରଷାର ଗୋଟେ ଟୋପା ତୁମ ସ୍ମୃତି କେବେ କବିତା ବହିରେ ପ୍ରେମର ଦି’ଧାଡ଼ି ଛପା ତୁମ ସ୍ମୃତି କେବେ ଗୋଲାପ ଡାଳରେ କଣ୍ଟାର ଉପସ୍ଥିତି ତୁମ ସ୍ମୃତି କେବେ ମଲାଜହ୍ନ ବୋହି ବାଟ ଚାଲୁଥିବା ରାତି ତୁମ ସ୍ମୃତି କେବେ ହୋଲିର ଅବିର ଫଗୁଣ ଆକାଶେ ଉଡ଼ା ତୁମ ସ୍ମୃତି କେବେ ପୁରୁଣା ବହିର ମଝି ପୃଷ୍ଠାଟିଏ ମୋଡ଼ା ତୁମ ସ୍ମୃତି କେବେ ଚଉଁରା ମୂଳରେ ଜଳୁଥିବା ମାଟି ଦୀପ…

ଅଧିକ ପଢ଼ନ୍ତୁ
ତୁମେ

ତୁମେ

ତୁମେ ନୀଳାଭ ଚନ୍ଦ୍ରମା, ମୁଁ ମହୀତଳ ଧୂଳି ତୁମେ ସର୍ବପୁଜ୍ୟ ଦେବ, ମୁଁ ନିବେଦିତ ଶେଫାଳି ॥ ତୁମେ ଅନନ୍ତ ସାଗର, ମୁଁ ତଟର ଭଙ୍ଗୁର ବାଲିଘର ତୁମେ ସମୟହୀନ ନିନାଦ, ମୁଁ ଅସମ୍ପୂର୍ଣ୍ଣ ରାଗ ॥ ତୁମେ ବିଶ୍ଵରୂପ କାୟା, ମୁଁ ମନୁଷ୍ୟରୂପୀ ଛାୟା ତୁମେ ବିଦ୍ୟାରୂପୀ ଜ୍ଞାନ, ମୁଁ ଅଜ୍ଞାନ ଅନ୍ଧାର ଅମା ॥ ତୁମେ ସର୍ବମୋକ୍ଷର ପୂଜା, ମୁଁ ତୁମ ଅକିଞ୍ଚନ ପୂଜାରୀ ତୁମେ ଅମରତ୍ୱର ଅମୃତ, ମୁଁ ତୁମ ତୃଷାତୁରା ପ୍ରେୟସୀ…

ଅଧିକ ପଢ଼ନ୍ତୁ
abala

ଅବଳା

ଜନ୍ମିଛ ଯଦି ନାରୀଟିଏ ହୋଇ ହୁଅନି ଚାନ୍ଦିନୀ ପରି ଶୀତଳ ଛାୟାର ଆଶ୍ରୟ ଉହାଡ଼େ ପବିତ୍ରତା ହେବ ଚୋରି ॥ ସ୍ଵର୍ଯ୍ୟ ପରି ହୁଅ ତେଜିଆନ ତୁମେ ସଂସାରକୁ କର ଆଲୋକିତ ଜାଳିଦିଅ ତୁମ ପ୍ରଚଣ୍ଡ ରୌଦ୍ରରେ ଉଠୁ ପଛେ ଯେତେ ପାପିହାତ ॥ ଭାବନି ନିଜକୁ ଅବଳା ଦୁର୍ବଳା ଖୋଜନି ସହା ତୁ ପୁରୁଷ ବହୁର ଛାୟାତଳ ଜାଗ୍ରତ କର ପଞ୍ଚ ମହଭୂତ କେବେ ପରିସ୍ଥିତି ହେଲେ ପ୍ରତିକୂଳ ॥ ସାଧନାରେ ତୁମେ ବନ୍ଦନାରେ ତୁମେ…

ଅଧିକ ପଢ଼ନ୍ତୁ
banamali

ବନମାଳୀ

ବାଇଶି ପାହାଚେ ବଂଶୀ ବଜାଉଛ ବିବସ ହେଲାଣି ମନ… ବିଘ୍ନକୁ ତୁଟାଇ ବିରୋଧ ଏଡ଼ାଇ ବିଲାତୁ ଫେରୁଚି ଧନ… ବହୁଦିନୁ ସିଏ ବରାଦ କରିଛି ବନ୍ଧୁଜନ ସାଥେ ମିଶି… ବିବୁଧଙ୍କୁ ଭେଟି ବିବରଣୀ ଦେବ ବାଳୁତ କାଳରୁ ବସି… ବେଳାଭୂମି ଯାଇ ବୁଡ଼ ପକାଇବ ବିସ୍ତୀର୍ଣ୍ଣ ସାଗରେ ଡୁବି… ବାନ୍ଧି ରଖିଥିବ ବନ୍ଧନେ ତୁମର ବନାଇବ ଶ୍ରେଷ୍ଠ ଛବି…. – ସୌମ୍ୟରଞ୍ଜନ ପାଲ୍ ସୌମ୍ୟ ରଞ୍ଜନ ପାଲସୌମ୍ୟରଞ୍ଜନ ପାଲ୍ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା,…

ଅଧିକ ପଢ଼ନ୍ତୁ
tathapi-mo-gaon-hasuchi

ତଥାପି ମୋ ଗାଁ ହସୁଛି

ସକାଳ ହୋଇଲେ ରାବୁନି କାଉ ପିଢ଼ା ନାହିଁ ବୋଲି ମାଡ଼ୁନି ଲାଉ ଚାଷ ହେଉନାହିଁ ଭଲରେ ଆଉ ଖାଉ ନାହିଁ କେହି ମାଣ୍ଡିଆଯାଉ ସେସବୁ ପୁରୁଣା ହୋଇଛି ତଥାପି ମୋ ଗାଁ ହସୁଛି । ମାଟି ହାଣ୍ଡିରେ ଆଉ ବସୁନି ଭାତ ବିଲରେ ପଡ଼ୁନି ଗୋବର ଖତ ଚାଳ ଘର ସବୁ ହେଲାଣି ଛାତ ପୁଅ ମାରିଲାଣି ବାପକୁ ନାତ କାହାର କ’ଣ ହେଉଛି ତଥାପି ମୋ ଗାଁ ହସୁଛି । ନାହିଁ ହାଣ୍ଡିଶାଳ, ନାହିଁ ଦେଇପିଣ୍ଡି ମୁଣ୍ଡ ନାହିଁ…

ଅଧିକ ପଢ଼ନ୍ତୁ