You are currently viewing ଶୁଭପଲ୍ଲବର ୨୨ଶ ସଂସ୍କରଣ ଉନ୍ମୋଚିତ
20th Edition of Shubhapallaba Online Odia Magazine Released

ଶୁଭପଲ୍ଲବର ୨୨ଶ ସଂସ୍କରଣ ଉନ୍ମୋଚିତ

ନୂଆବର୍ଷ ଅବସରରେ ଶୁଭପଲ୍ଲବର ୨୨ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୫ ଜାନୁଆରୀ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୨ଶ ସଂସ୍କରଣ ଗତ ଜାନୁଆରୀ ୪ ତାରିଖରେ ଉନ୍ମୋଚିତ ହୋଇଯାଇଛି । ବିଗତ ନବବର୍ଷ ଅବସରରେ ଏହି ପତ୍ରିକାକୁ ଦୁଇବର୍ଷ ପୂରଣ ହୋଇଯାଇଛି । ସମୁଦାୟ ୨୧ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ।

ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି । ପତ୍ରିକାଟି ସବୁ ମାସର ପହିଲାରେ ପ୍ରକାଶ ପାଉଥିବାବେଳେ କିଛି ସମସ୍ୟା କାରଣରୁ ଏହା ୪ ତାରିଖରେ ପ୍ରକାଶ ପାଇଥିବା କଥା ସୂଚନା ଦେଇଛନ୍ତି ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ।

Buy from Shubhapallaba Store Now

English Newsletter

Odia e-Magazine Shubhapallaba turned 3 with its 22nd Edition

Bhadrak: Online Odia magazine Shubhapallaba turned three on this new year. The 22nd edition of this magazine has been released on 4th January. From this edition, the magazine is going to publish a series of 12 stories by Chandrakanti Pradhan, an upcoming Odia writer. The cover photo of this edition is designed by Sambeet Das with the theme of the 1st story of the series.

A total of 21 Odia articles including stories, poems, cooking tips, travel blogs, photo stories of different authors of Odisha placed in this edition. Tapas Ranjan and Sangram Keshari Senapati have edited the articles.

  • Odisha Diary: Odia e-Magazine Shubhapallaba turned 3 with its 22nd Edition – OriginalArchived

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।