You are currently viewing ଶତାବ୍ଦୀର ଶଙ୍ଖ ନାଦ
ଶତାବ୍ଦୀର ଶଙ୍ଖ ନାଦ

ଶତାବ୍ଦୀର ଶଙ୍ଖ ନାଦ

ବିପ୍ଳବୀ କବି ତୁମ
କଲମ ଶାଣିତ,
ମୂର୍ମୂଷେ ଭରି ଦିଏ
ଉତ୍ତପ୍ତ ଶୋଣିତ ।
ଶତାବ୍ଦୀର ଶଙ୍ଖନାଦ
ରବି ସିଂ ତୁମେ,
ଭକ୍ତି ପୁଷ୍ପାଞ୍ଜଳୀ ଦେଇ
ସୁଦୂରୁ ପ୍ରଣମେ ।
ଅସତ୍ୟ, ଅଧର୍ମ ପୁଣି
ହେଉ ବା ନଗ୍ନତା,
କବିତାରେ ରହୁଥିଲା
କଟାକ୍ଷ ବାରତା ।
ନିଃସଙ୍ଗ ପଦାତିକ
ଶ୍ରେଷ୍ଠ ଉପହାର,
ବିଧର୍ମୀ ମାନବେ ଦେଲ
ପାଜିର ପ୍ରହାର ।
ଚବିଶ ଘଣ୍ଟାରେ ଖାଲି
କର ସିଂହାସନ,
ଚରମ ପତ୍ର ତୁମକୁ
ଦେଲି ଭଗବାନ ।
ପ୍ରତିଟି ଲେଖାରେ ଅଛି
ଝଡ଼ର ସଂକେତ,
ଗଢିବାର କଳା ସାଥେ
ଯୋଡିବା ମହତ୍ତ୍ୱ
ହେ ମହା ମାନବ ଦିଅ
ଆଶିଷ ଆମକୁ,
ଭୁଲିବୁନି କେବେ ଆମେ
ମାନବ ଧର୍ମକୁ ।

– ପଦ୍ମିନୀ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଦ୍ମିନୀ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।