You are currently viewing ଏ କେମିତିକା ପ୍ରେମ
ଏ କେମିତିକା ପ୍ରେମ

ଏ କେମିତିକା ପ୍ରେମ

ପ୍ରେମକୁ କୁହାଯାଏ ଶାଶ୍ୱତ, ସତ୍ୟ ଓ ପବିତ୍ର । ପ୍ରେମ ଦୁନିଆରେ ଏପରି ଏକ ଜିନିଷଟିଏ ଯାହା ପାଖରେ ରହିଛି ବିଶ୍ୱକୁ ପରିବର୍ତ୍ତନର ଶକ୍ତି । ହଁ ଏହା ଠିକ ଯେ ଆଜିର ଆଧୁନିକ ଯୁଗରେ ବଦଳିଯାଇଛି ପ୍ରେମର ମାନ, ବଦଳିଛି ପ୍ରେମର ରୂପ ଓ ପବିତ୍ରତା ମଧ୍ୟ ।
କିଛି ଭୁଲ କହୁଛି କି???

ଟିକେ ତର୍ଜମା କରିବାକୁ ତ ପଡ଼ିବ । ଆଜିର ଏ ପ୍ରେମ କେବଳ ଖେଳଣା ପରି; ଯିଏ ପାରୁଛି ଖେଳୁଛି ଓ ଫିଙ୍ଗି ଦେଉଛି ଖେଳ ସରିବା ପରେ । ନାହିଁ ଆଉ ସେ ପବିତ୍ରତା, ଯାହା ପାଇଁ ରାଧା କୃଷ୍ଣଙ୍କ କାହାଣୀ ବା ଦାସିଆ ବାଉରୀ କଥା । ଯେଉଁ ପ୍ରେମ କଥା ଶୁଣିଲେ ଶରୀରରେ ଶିହରଣ ଖେଳିଯାଏ । ସେ ପ୍ରେମ କଥା କହୁଛି, ଯେତେବେଳେ ମା କୋଳରେ ଶୋଇପଡ଼ିଲେ ଯେଉଁ ଶାନ୍ତି ମିଳେ । ସେ ପ୍ରେମ କଥା କହୁଛି ଯାହା ବାପାଙ୍କ ଶାସନରେ ରହିଛି । ସେ ପ୍ରେମ କଥା କହୁଛି ଯେତେବେଳେ ଦୁଃଖରେ କାନ୍ଦିଲେ ଅପରିଚିତ ବି ପରିଚିତ ହୋଇଯାଏ ।

ଆଜି ସିନା ପ୍ରେମର ରୂପ ବଦଳିଛି ହେଲେ ମୁଁ ଆଜିବି ପ୍ରେମର ସେ ପୁରୁଣା ରୂପକୁ ସାଇତି ରଖିଛି । ସତ ଯେ ଆଜି ମୁଁ ଏକା ରହିଛି କାରଣ ରହିବାକୁ ପରିସ୍ଥିତି ବାଧ୍ୟ କରିଛି । କିଏ ଜଣେ ପଚାରିଲେ କେହିଜଣେ ବି କ’ଣ ତୁମ ଜୀବନରେ ଆସିନାହାନ୍ତି?

ପ୍ରତି ଉତ୍ତରରେ କହିଲି, “ହଁ ଭଲ ପାଇଛି କାସ୍ ସେଥିପାଇଁ ତ ଆଜି ମୁଁ ଏକୁଟିଆ ବଞ୍ଚୁଛି । ଆଉ ଶିଖି ବି ଯାଇଛି କେମିତି ଏକା ବଞ୍ଚିବାକୁ ହୁଏ ।”

ରଶ୍ମିରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମି ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।