You are currently viewing କଲେଜ ପରିସର
Odia Poem College Parisara (କଲେଜ ପରିସର) by Milina Priyadarsini

କଲେଜ ପରିସର

ସବୁ ଲାଗେ କାଲି ପରି
ସାଙ୍ଗସାଥି ହସ ଖେଳ
କଲେଜ କମନ୍ ରୁମ୍‌ର ଘୋ ଘୋ ଶବ୍ଦ
ଇଂଲିଶ କ୍ଲାସର ଅଖଣ୍ଡ ନୀରବତା…

ସବୁ ଆଜି ଯେମିତି ଜୀବନ୍ତ
ସବୁ ଆଜି ନାଚୁଛି ମୋ ଆଖି ଆଗରେ
“କଲେଜ” ତୁମେ ଖେଳାଇଥିଲ ଦିନେ ମୋ ଦେହରେ
ସପ୍ତରଙ୍ଗୀ ଇନ୍ଦ୍ରଧନୁ ଆଣି
ତୁମେ ଦେଇଥିଲ ମୋତେ ସୁନ୍ଦର କଳ୍ପନା ମହଲର
ଉପହାରଟିଏ…

ବିନିଦ୍ର ନୟନରେ ମୋର ଭରିଥିଲ
ସ୍ୱପ୍ନର ମୁଠା ମୁଠା ମୁକ୍ତା…
କିନ୍ତୁ ସବୁ ଆଜି ସମୟ ଗ୍ରସେ ବିଲୁପ୍ତ, ବିଧ୍ୱଂସ
ମୋ ମନର ବେଳାଭୁମି ତୁମ ସ୍ମୃତିର ଢେଉର
ଆଘାତେ ଖୁବ ବିପର୍ଯ୍ୟସ୍ତ…

ମୋ ସ୍ୱପ୍ନ ବଗିଚାରେ
ଆଜି ଖାଲି ଧୂସରତା ସାହାରା ମରୁର…
ଏବେ ବି ନାଚି ଉଠେ ଅଖିଆଗେ
ଶ୍ରେଣୀକକ୍ଷ ଚିତ୍ର…

ପୁଣିଥରେ ଭାରି ଇଚ୍ଛା ହୁଏ
ଫେରିଯିବାପାଇଁ ତୁମ ପାଖକୁ…
କିନ୍ତୁ ଡର ଲାଗେ ଭାରି
ତମେ କାଳେ ନପାରିବ ଚିହ୍ନି…

କଲେଜ ତମେ ଏକ ମିଶ୍ରଣ
ଦୁଃଖ ସୁଖର
ଅଭୁଲା ଅପସରା ସ୍ମୃତି ତୁଲ୍ୟ
ନୁହେଁ ଯିଏ ଜୀବନରେ କେବେ ଭୁଲିବାର…

– ମିଲିନା ପ୍ରିୟଦର୍ଶିନୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମିଲିନା ପ୍ରିୟଦର୍ଶିନୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।