You are currently viewing କିଛି ଅଛି କି?
Odia Poem Kichhi achhi ki (କିଛି ଅଛି କି?) by Rashmibala Satapathy

କିଛି ଅଛି କି?

ଆମର ସେ ହାତ ଛନ୍ଦା ଛନ୍ଦି
ହୋଇ ବାଟ ଚାଲିବା
ସାଇକେଲରେ ତୁମ ସାଥେ
ବହୁ ଦୂର ଯିବାରେ
କୁହ କିଛି ଅଛି କି !

ପୁରୁଣା ରୁମାଲରେ ଲାଗିଥିବା
କିଟ୍‌କାଟ୍ ଚକଲେଟ୍‌ର ଦାଗରେ
ଟିଫିନ୍‌ରେ ନେଇଥିବା ମ୍ୟାଗିକୁ
ବାଣ୍ଟିକରି ଦୁହେଁ ଖାଇବାରେ
କୁହ କିଛି ଅଛି କି !

କୁହ କିଛି ଅଛି କି
ମିଛ ବାହାନା କରି ବୁଲିବାରେ
ଆଇସ୍‌କ୍ରିମ୍ ଖାଇ ଦୁହିଁଙ୍କ
ଓଠରେ ଲାଗିଥିବା ଦାଗକୁ
ପୋଛିବାରେ
ସାମ୍ନାରେ ଦେଖାହେଲେ କଣେଇ
କଣେଇ ଦେଖିବାରେ…

ବେଶୀ କିଛି ନାହିଁ
ବାସ୍ ତମେ ଦେଇଥିବା
ପ୍ରଥମ ଡାଇରୀରେ
ଆଜି ବି ରଖିଚି ସେହି
ଶୁଖିଯାଇଥିବା ଗୋଲାପ
ଆଉ ଚକୋଲେଟର ଛିଣ୍ଡା ଜରି
ସାଇତିଛି ବିତିଥିବା ତୁମ ସହ
ଗୋଟିଏ ଗୋଟିଏ ମୁହୂର୍ତ୍ତର
ସ୍ମୃତି…

– ରଶ୍ମୀବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।