You are currently viewing ଅତୀତ ଯେବେ ଚେଇଁ ଉଠେ
Odia Poem Atita Jebe Chein Uthe (ଅତୀତ ଯେବେ ଚେଇଁ ଉଠେ) by Sakuntala Parida

ଅତୀତ ଯେବେ ଚେଇଁ ଉଠେ

ଦେହରୁ ସେ ଘା’ ସୁଖିଯାଇିଛି ସତ
ହେଲେ ମନରେ ହେଇଥିବା ସେ ଘା’
ଏବେବି ତାଜା ଅଛି ॥

ଆଖିରୁ ଲୁହ ସୁଖିଯାଇଛି ସତ
ହେଲେ ହୃଦୟରେ କହୁଳୁଥିବା ସେ କୋହ
ଏବେବି କଇଁ କଇଁ ହୋଇ କାନ୍ଦୁଛି ॥

ଏବେବି ଓଠରେ ହସ ଅଛି ସତ
ହେଲେ ସେ ଅସ୍ତଗାମୀ ସୂର୍ଯ୍ୟର ଦିଗବଳୟ
ଭିତରେ ସେ ଚେହେରାଟି ହଜିଯାଇଛି ॥

ଏ ହୃଦୟଟି କାହା ପାଇଁ
ପଥର ପାଲଟିଯାଇନି ବାସ୍
ଖାଲି ଭାଙ୍ଗିଯାଇଥିବା ସମ୍ପର୍କକୁ ଖୋଜିଚାଲିଛି ॥

କେତେ ନୂଆ ସମ୍ପର୍କ ଗଢ଼ିହୋଇଯାଇଛି
ହେଲେ ସେ ମନ ଭିତରେ ଥିବା ଅଜଣା ଭୟ
ପ୍ରତ୍ୟେକଟି ମୂହୁର୍ତ୍ତରେ ଡରେଇ ଚାଲିଛି ॥

ହଜାରେ ଲୋକଙ୍କ ଗହଳି ଭିତରେ
ମୁଁ ନିଜକୁ ଖୋଜିଚାଲିଛି ହେଲେ
କେତେବେଳେ ନିଜକୁ ମୁଁ ଦୁନିଆ
ଆଗରେ ହରେଇ ଦେଇଛି ଜାଣିପାରିନି ॥

ସେ ଅଦେଖା ଅତୀତର ଘା’
ଏବେବି ଯନ୍ତ୍ରଣା ପରେ ଯନ୍ତ୍ରଣା ଦେଇ ଚାଲିଛି
ବାସ୍ ଜୀବନଟାକୁ ମୋର ନେଇପାରୁନି କି
ସେ ଅକୁହା କଥାକୁ କାହା ଆଗରେ କହିପାରୁନି ॥

– ଶକୁନ୍ତଳା ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶକୁନ୍ତଳା ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।