You are currently viewing ଆହେ ଲୀଳାମୟ
Odia Poem/Bhajan Ahe Lilamaya (ଆହେ ଲୀଳାମୟ) by Shantanu Kumar Rout

ଆହେ ଲୀଳାମୟ

ତୁମ କରୁଣାରୁ
ଚାଲିଛି ସଂସାର ରଥ
ତବ ପାଦତଳେ
ଏ ଜୀବନ ଯାଉ
ଆହେ ପ୍ରଭୂ ଜଗନ୍ନାଥ…!!

ଏ ଭବ ସାଗରେ
ସଂଜ୍ଞାହୀନ ମୁଁ ଯେ
ଜୀବିତ ତୁମରି ପାଇଁ
ଜୀବ ଗଲା ବେଳେ
ତୁମେ ଟାଣି ନିଅ
ଆହେ ଭାବର ଗୋସାଇଁ…!!

ସଂକଟେ ଅଭାବେ
କି କାର୍ଯ୍ୟ କରିବି
ବୁଡ଼ି ଯାଉଛି ମୋ ଭେଳା
ସବୁ ସଂକଟରୁ
ତୁମେ ଉଦ୍ଧାରୁଛ
ଆହେ ପ୍ରଭୂ ଚକାଡୋଳା…!!

ଜିତିବା ହାରିବା
ପାଇ ହଜେଇବା
ଦେଖାଅ ସବୁରି ପଥ
ଭଲ ଲାଗି ଭଲ
ମନ୍ଦ ଲାଗି ମନ୍ଦ
ତୁମେ କାଳିଆ ସାଆନ୍ତ…!!

ତୁମ କରୁଣାରୁ
କରିବନି ଉଣା
ଘେନିବ ମୋର ଗୁହାରୀ
ସାରା ବିଶ୍ୱର ଯେ
ତୁମେ ରକ୍ଷାକର୍ତ୍ତା
ବ୍ରହ୍ମାଣ୍ଡ ବିଶ୍ୱ ବିହାରୀ…!!

– ଶାନ୍ତନୁ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶାନ୍ତନୁ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।