You are currently viewing ରୋଜ୍ ଡେ
ରୋଜ୍ ଡେ

ରୋଜ୍ ଡେ

ଗୋଲାପଟେ ଆଣିଛି ମୁଁ
ମୋର ସଙ୍ଗିନୀକୁ ଦେବି
ମନ ଉପବନ ଉପତ୍ୟକାର
ବଗିଚା ସେଇଠୁ ଆଣିଛି
ମୁଁ ଯେ ହରଷେ ତୋଳି
ମୋ ସଙ୍ଗିନୀକୁ ଦେବି ବୋଲି
କେତେ ଯେ ମୋ ଉଲ୍ଲାସ
ଆଜି ମୋ ମନରେ ଖେଳୁଛି
ଗୋଲାପକୁ ଧରି ମୁଁ
ଯେ ତା’ କଥା ଭାବୁଛି
ପ୍ରତିଟି ପାଖୁଡାରେ ମୁଁ
ଯେ ତାକୁ ହିଁ ଦେଖୁଛି
ତାର ଛବି ଗୋଲାପରେ
ଢଳ ଢଳ ଦିଶେ
ସତେକି ଗୋଲାପର ରାଣୀ
ସିଏ ଗୋଲାପ ନନ୍ଦିନୀ
ଗୋଲାପ ମୁଁ ଦେବି ତାକୁ
ଏକ ଶୁଭବେଳା ଦେଖି
ଗୋଲିପଟି ଦେଇ ତାକୁ
କହିଦେବି ତା’ର କାନ ପାଶେ
ଆଜିଠାରୁ ତୁହି ମୋର ସଖୀ
ଆମ ପ୍ରେମ ଦେଖି ଆଜି
ସଭିଙ୍କ ଆଖି ଯିବ ଲାଖି ।

– ବିରେନ୍ଦ୍ର ନାୟକ
ଅତା, ସୁକିନ୍ଦା, ଯାଜପୁର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିରେନ୍ଦ୍ର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ରଚନା କରନ୍ତି ।