You are currently viewing ପ୍ରଥମ ପ୍ରେମ
Prathama Prema

ପ୍ରଥମ ପ୍ରେମ

ତୁମ ପ୍ରେମର ଝରଣା
ଥିଲା ମୋ ପାଇଁ
ଅପହଞ୍ଚ ଜହ୍ନ ପରି
କିନ୍ତୁ ତା’ର ଅନୁଭବ
ଏ ହୃଦୟରେ
ଫୁଟିଛି ଆଜି ।

କେତେ ରାତି ସପନେ ଦେଖିଛି
ଚିହ୍ନା ଅଚିହ୍ନା ମୁହଁ
ତୁମ ମୁଖ ଦର୍ଶନ
କେବେ ପାଇ ନଥିଲି
ଜାଣିନଥିଲି ପ୍ରେମର ସାଗରେ
ମୁଁ ବି ବୁଡ଼ିଯିବି
ତୁମର ସ୍ପର୍ଶ ପାଇଁ ଦିନେ
ବ୍ୟାକୁଳ ହୋଇଉଠିବି ।

ହଁ ହୃଦୟର ସ୍ପନ୍ଦନ ମୋ
ସ୍ପନ୍ଦିତ ହେଉଛି
କେବଳ ତୁମରି ପାଇଁ
ନୟନ ଖୋଜି ଚାଲିଛି
ତୁମର ଗୋଟିଏ ଝଲକ ପାଇଁ
ମୋର ଶିରା ପ୍ରଶିରା
ଆଜି ସ୍ତବ୍ଧ ହୋଇଯାଇଛି
ତୁମକୁ ପାଖରେ ନ ପାଇ ।

ସତରେ କ’ଣ ମୋର
ଅଫୁରନ୍ତ ପ୍ରେମକୁ
ସାନ୍ତ୍ଵନା ଦେବା ଉଦ୍ଦେଶ୍ୟରେ
ହୃଦୟ ଦ୍ଵାରେ ଆସି
ଠିଆ ହୋଇଛ
ମୋ ଶରୀରରେ
ହେଉଥିବା କମ୍ପନକୁ
ତୁମ ସ୍ପର୍ଶରେ
ପ୍ରଶମିତ କରିବା ପାଇଁ ।

ତେବେ ମୁଁ ନିଜକୁ ଅଜାଡ଼ି
ଦେବାକୁ ଚାହେଁ
ତୁମ ସମ୍ମୁଖରେ
ଅଜସ୍ର ଭଲପାଇବା ଦେଇ
ବାନ୍ଧି ରଖିବାକୁ ଚେଷ୍ଟା କରେ
ମୋ ହୃଦର ବନ୍ଧନରେ ।

ପ୍ରମିଉମିତା ଜାନା
ସ୍ନାତକୋତ୍ତର, ଓଡ଼ିଆ ବିଭାଗ,
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରମିଉମିତା ଜାନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।