You are currently viewing ପ୍ରେମ ସପ୍ତାହ !
Prema Saptaha

ପ୍ରେମ ସପ୍ତାହ !

ହେ ଗୋଲାପ
ଆଜି ନା ତୁମେ ଅତୀବ ସତେଜ,
ହେଲେ କାଲି, କାଲି ନଥିବ ଏ ତେଜ
ପାଖୁଡ଼ା ପାଖୁଡ଼ା ଥିବ ଇତସ୍ତତଃ ଆଉ ନିସ୍ତେଜ ।।

ହେ ପ୍ରିୟତମା
ଆଜି ତୁମକୁ ଏ ସପ୍ରେମ ପ୍ରେମ ନିବେଦନ
ଚକଲେଟ୍ ଟେଡିରେ ମୋହିବି ମନ
ପ୍ରତିଶୃତି ଦେଉଛି ତୁମେ ହିଁ ମୋ ଜୀବନ
ଆଉ ତା’ ପରେ, ଆଲିଙ୍ଗନ ଆଉ ଆଙ୍କି ଦେବି ଚୁମ୍ବନ,
ହେଲେ କାଲି, କାଲି ନଥିବ ଏ ମିଥ୍ୟା ଆଉ ପ୍ରହସନ
ଥିବ ବିଦଗ୍ଧ ଭାବନା ଅର୍ଦ୍ଧଦଗ୍ଧ ହୃଦୟ ଆଉ ଆକୁଳ ରୋଦନ ।।

ହେ ପ୍ରେମ ପକ୍ଷୀ
ଆଜି ଏ ପ୍ରେମ ଦିବସର ଆହାଃ କି ଉତ୍ସାହ
ପାଳୁଛୁ ପାଶ୍ଚାତ୍ୟ ସଂସ୍କୃତି ଛାପା ଏ ପ୍ରେମ ସପ୍ତାହ,
ହେଲେ କାଲି, କାଲି ନଥିବ ଏ ଭ୍ରମ ଆଉ ମୋହ
ଖାଲି ଥିବ ପ୍ରତାରିତ ମନ ଆଉ ନିର୍ଯାତିତା ଦେହ ।।

– ସତ୍ୟ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...