You are currently viewing କରନାହିଁ ପ୍ରଭୁ କପଟ
Odia Bhajan Karanai Prabhu Kapata (କରନାହିଁ ପ୍ରଭୁ କପଟ) by Jharana Rout

କରନାହିଁ ପ୍ରଭୁ କପଟ

ସହି ହେଉନାହିଁ ଦୁନିଆର ଦୁଃଖ
କେମିତି ସହିବି କୁହ,
ସବୁଠି ଖାଲି ହୃଦୟଭରା ଲୁହ
କାହା ମୁହେଁ ନାଁହି ହସ ॥

ମା’ଠାରୁ ପୁତ୍ରକୁ ଛଡ଼ାଇ ନେଉଛ
କେମିତି ସହିବ ମା,
ପିଲାଠାରୁ ପିତାମାତାଙ୍କୁ ଛଡ଼ାଇ
କି ଖୁସି ପାଉଛ କୁହ ॥

ସବୁଆଡ଼େ ଖାଲି ମୃତ୍ୟୁର ତାଣ୍ଡବ
ଏ ଦେହ ଯାଉନି ସହି,
ନୀରବରେ ପ୍ରଭୁ ତୁନି ରୁହ ନାଁହି
ପ୍ରଭୁ କର କିଛି ଚମତ୍କାର ॥

ଆଉ କାହା ମନେ ଦିଅ ନାଁହି ଦୁଃଖ
ଦିଅ ନାହିଁ ହୃଦୟଭରା ଯନ୍ତ୍ରଣା,
ପୂର୍ବ ପରି ତୁମେ ଫେରାଇ ଦିଅ
ସଭିଙ୍କ ଓଠରେ ହସ ॥

ସଭିଙ୍କୁ ତୁମେ ସଦବୁଦ୍ଧି ଦିଅ
କ୍ଷମାକର କ୍ଷମାସାଗର,
ତୁମ ସନ୍ତାନ କରୁଅଛି ଜଣାଣ
ଦୟାକର ଦୟା ଭଣ୍ଡାର ॥

ଏ ବିଶ୍ୱବାସୀଙ୍କୁ ଉଦ୍ଧାର କର
କୃପାକର କୃପାମୟ,
ଅଛି ମୋ ବିଶ୍ୱାସ ରଖିଛି ଭରସା
କରନାହିଁ ପ୍ରଭୁ କପଟ ॥

ଏ ଝରଣା ପ୍ରଭୁ କରୁଅଛି ଗୁହାରୀ
ସଭିଙ୍କୁ ଦିଅ ଆଶିଷ,
ତୁମେ ସୃଷ୍ଟିକର୍ତ୍ତା ତୁମେ ହିଁ ବିଲୟ
ତୁମେ ପୁଣି ଓଁକାର ॥

– ଝରଣା ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଝରଣା ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।