You are currently viewing ଲମ୍ପଟ ପୁରୁଷ
Odia Poem Lampata Purusha (ଲମ୍ପଟ ପୁରୁଷ) by Jayashree Patra

ଲମ୍ପଟ ପୁରୁଷ

ହଠାତ ଆଜି କାଇଁ ମନେପଡ଼ିଗଲ
ମୋର ଏଇ ଦରସିଝା ସ୍ମୃତିପଟ୍ଟରେ?

କ’ଣ ପୁଣିଥରେ
ଉଦୁଉଦିଆ ଖାରବେଳଟାରେ
କାଳବୈଶାଖୀର ଆଗମନ ପରି
ମୋର ଏଇ ରୂପେଲି ଜୀବନରେ
ପୁଣିଥରେ ଝଡ଼ ଆଣିବାକୁ?

ଚାଲି ଯାଇଥିଲ ପ୍ରେମିକ ସାଜି
ସବୁକିଛି ଭାଙ୍ଗି ଚୁରମାର ପରେ
କ’ଣଟା ବାକି ଅଛି ଯେ
ଆଜି ପୁଣି ମୋ’ ସାଧା ପୃଷ୍ଠାରେ
ଲେଖିବାକୁ ତୁମର ଭାରି ମନ?

ମୋ’ ଦେହରେ ଢାଳି କଳଙ୍କ ଦୁଆତ
ମିଳିଲାନି କି ଶାନ୍ତି?
ଦୀର୍ଘ ବର୍ଷ ପରେ ଆସିଯାଉଅଛ
ମୋ ସୁଖ ସଂସାରେ ନିଆଁ ଲଗେଇବାକୁ
ଭଲ ପାଇବାର କଳା ବାଦଲ ଅନ୍ଧାରରେ
ପିଇବାକୁ ଦିଅ ମୋତେ ପ୍ରାୟଶ୍ଚିତର ଜହର
ଫେରିଯାଅ ଫେରିଯାଅ ହେ ଲମ୍ପଟ ପୁରୁଷ !
ରୁହନାହିଁ ମନେ ମୋର ଭାରି ଅଭିମାନ

– ଜୟଶ୍ରୀ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜୟଶ୍ରୀ ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।