Editorial Page of Shubhapallaba 5th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ପଞ୍ଚମ ସମ୍ପାଦକୀୟ

‘ପୁଷୁ ତୋଣି‘ “ବାଲି ବାପା ଶୁଣୁଛ ! ନାହାକଘରୁ ଯାଇ ଗଉଣିଏ ମୟୂର କଣ୍ଟା ଧାନ ଆଣ ବା । ଝିଅ ଘରକୁ ଖଈ ଗଣ୍ଡେ ଉଖୁଡ଼ା କରି ପଠେଇବାକୁ ହେବ ନା । ବେହେରାଘରୁ କିଲେ ଗୁଆ ଘିଅ ଆଣିଥିବ । ଆଉ ଏ ଯୋଗଣିଖିଆ ମାନା ବାସୁମତି ଚାଉଳ କାଇଁ ଦେଲାନି ତ ! ଝିଅ ଯିବାକୁ ଜମା ଦୁଇଦିନ ରହିଲା, ଏ ସବୁ ନ ଯୋଗାଡ଼ିଲେ କେମିତି ହେବ !! ଆଉ ସେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 4th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଚତୁର୍ଥ ସମ୍ପାଦକୀୟ

“ତୁମେ ଫେରିଯାଅ ଭିକ୍ଷୁ ! ମୁଁ ଜୀବନ ଚାହେଁ, ନିର୍ବାଣ ନୁହେଁ ।” ମାତା ରୂପଶ୍ରୀଙ୍କ କଣ୍ଠରେ ଦୃଢ଼ ପ୍ରତ୍ୟାଖ୍ୟାନ । କିଛି କ୍ଷଣର ନିଷ୍ଫଳ ପ୍ରତୀକ୍ଷା ପରେ ରିକ୍ତ ହସ୍ତରେ ନିରୁତ୍ସାହିତ ତଥା ଭଗ୍ନ ହୃଦୟ ଘେନି ପ୍ରତ୍ୟାବର୍ତ୍ତନ କଲେ ଶିଷ୍ୟ ଶିରୋମଣି ସାରୀପୁତ୍ତ । ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ପୁରୁଷ ସ୍ୱୟଂ ଗୌତମଙ୍କ ଇଚ୍ଛା ବିନମ୍ର ତଥା ଦୃଢ଼ ଭାବରେ ତାଙ୍କ ମାତାଙ୍କଦ୍ୱାରା ଏପରି ଯେ ପ୍ରତ୍ୟାଖ୍ୟାତ ହେବ, ତାହା ଥିଲା ତାଙ୍କ କଳ୍ପନାତୀତ ।…

ଅଧିକ ପଢ଼ନ୍ତୁ
babamani-sunaharini-katha

ବାବାମଣୀ ଓ ସୁନାହରିଣୀ କଥା

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ +୨ ପଢ଼ିବା ବେଳର କଥା, କଲେଜରୁ ଖଣ୍ଡେ ଖଣ୍ଡେ ଆଇଡ଼େଣ୍ଟିଟି କାର୍ଡ ମିଳିଥାଏ, ଆମେ ଭାବୁ ହାତରେ ସେଇ ପରିଚୟ ପତ୍ର ଖଣ୍ଡକ ଅଛିମାନେ ଆମେ ଚଉଦବ୍ରହ୍ମାଣ୍ଡ ଖେଦିଯିବୁ କେହି ଆମର କିଛି କରିପାରିବେ ନାହିଁ । ବସ ବାଲାଏ ରିହାତି ଦେବାକୁ ଏକ ରକମ ବାଧ୍ୟ, ଯଦି ନ ଦିଅନ୍ତି ତେବେ ଗଛ ଉହାଡ଼ରୁ ଟେକା ପଥର ଆସିବାରେ କିଛି ଅସୁବିଧା ନାହିଁ । ଯଦିଓ ରିହାତି ବିଷୟରେ…

ଅଧିକ ପଢ଼ନ୍ତୁ
gaon-jatra-katha

ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ ୬ଷ୍ଠ ପଢ଼ିଲା ବେଳର କଥା, ବୟସ ୧୧-୧୨ ବର୍ଷ। ନୂଆ ନୂଆ ଶିଖିଥିବା ବାଳୁଙ୍ଗାମୀର କୌଶଳ ପ୍ରଦର୍ଶନପାଇଁ ମନ ଭାରି ଉଚ୍ଛନ୍ନ। ସେଇଟା ନାଁ କମେଇବା ପାଇଁ ନୁହେଁ କି ପଦକ ପ୍ରାପ୍ତି ଆଶାରେ ନୁହେଁ । ସାଙ୍ଗ ମେଳରେ ନିଜ ବୀରତା (ବାହାଦୁରୀ) ଦେଖେଇବା ଉଦ୍ଦ୍ୟେଶରେ । ଆମ ଗାଁ ପାଖ ଗାଁରେ ମକରସଂକ୍ରାନ୍ତିକୁ ଯାତ୍ରା ହୁଏ । ସେଇ ଯାତ୍ରା ସମ୍ବନ୍ଧିତ କିଛି କଥା; ପ୍ରତିଦିନ ସାଇକଲରେ…

ଅଧିକ ପଢ଼ନ୍ତୁ
Balasore-re-bhogakhia

ବାଲେଶ୍ୱରରେ ଭୋଗଖିଆ

“ଗପ ନୁହେଁ ନିଚ୍ଛକ ସତ” ର ଅଂଶ ୧୯୯୯ ମସିହା ବାତ୍ୟା ପୁର୍ବବର୍ତ୍ତୀ ସମୟ, ମୁଁ ଖନ୍ତାପଡ଼ା ଖଳାବଜାରରେ (ଷ୍ଟେସନ ବଜାର) ରହୁଥାଏ । ସେଠିକା ବଜାର ଉପରେ ଆଖପାଖ ଗାଁ ଲୋକେ ନିର୍ଭର କରନ୍ତି । ସକାଳୁ ସକାଳୁ ବାଘାରେ ଯିବାପାଇଁ ଯେତେ ଗହଳି ହୁଏ ଯଦି ସେତିକି ଟିକଟ ଷ୍ଟେସନରେ ବିକ୍ରି ହୁଅନ୍ତା ବୋଧେ ଆୟ ଦୃଷ୍ଟିରୁ ଏକ ପ୍ରମୁଖ ଷ୍ଟେସନ ହୁଅନ୍ତା ଖନ୍ତାପଡ଼ା । ଲୋକାଲ ୨-୪ଟା ଛାଡ଼ିଲେ ସେପରି ପ୍ରମୁଖ ଟ୍ରେନ…

ଅଧିକ ପଢ଼ନ୍ତୁ