You are currently viewing ସକାଳ
ସକାଳ

ସକାଳ

କଅଁଳିଆ କଞ୍ଚା ସୁନେଲି କୀରଣ
ଲୁଚକାଳି ଖେଳୁଥାଏ ସେ
ଅଧାଖୋଲା ଝରକାରୁ,
କୋଇଲିର ମଧୁସ୍ୱର ତାଳେ ତାଳେ
କିଛି ଅମାନିଆ ଶୀତଳ ପବନ
ଛୁଇଁଯାଏ ଥକ୍କା ଦେହଟାକୁ ମୋର
ସକାଳ, ତମେ ଆସିଲା ପରେ ପରେ…

ସକାଳ !
ତୁମେ ଆସ ପୂର୍ବ ଆକାଶର ରକ୍ତିମ ଆଭାରେ,
ଧରାବୁକେ ବିଞ୍ଚି ହୋଇଯାଏ ସୁନେଲି ଅବିର
ଶିତଳତା ଭରିଯାଏ ମନ ଅଗଣାରେ
ସ୍ନିଗ୍ଧ ମଳୟର ଶୀତଳ ସ୍ପର୍ଶରେ,
କିନ୍ତୁ,
କୋଳାରବ ଭଙ୍ଗକରେ ମୋ ମନ ନୀରବତା !!

ଶେଜ ଉପରେ ଥାଇ ଦେଖୁଥାଏ ମୁଁ
ଅଧା ଖୋଲା ମୋ ଝରକା ଫାଙ୍କରୁ,
ଲୁଚକାଳି ଖେଳୁଥାଏ ଛିଟାଏ ସୁନେଲି କୀରଣ
ହାତଠାରି ଡାକୁଥାଏ ମୋତେ,
ପ୍ରତିଦିନର ବ୍ୟସ୍ଥ ଜଞ୍ଜାଳ
ଉଠ ଶୀତୁ !
ଆସିଲାଣି ପରା ବ୍ୟସ୍ଥତାର ସମ୍ଭାର ନେଇ,
ସକାଳ….

ଶୀତଲ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୀତଲ ମିଶ୍ର ପେଶାରେ ଜଣେ ଉଦ୍ୟୋପତି ଏବଂ ପୂର୍ବରୁ ସେ ତାଙ୍କର ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ରଚନା କରିଥାନ୍ତି ।