ନଗ୍ନ ଚାହାଣୀ
ନଗ୍ନ ଚାହାଣୀ

ନଗ୍ନ ଚାହାଣୀ

କୁତ୍ସିତ ଦୃଷ୍ଟିରେ ଉଡ଼ିଯାଏ ଯେବେ
ଅଳସୀ ସନ୍ଧ୍ୟା ଓଢ଼ଣି,
ନଗ୍ନତାର ମୁଖା ପରଳ ପକାଏ
ଶୃଗାଳ ନଗ୍ନ ଚାହାଣୀ ।

ଅଶ୍ରୁ ତର୍ପଣରେ ଭିଜୁଥାଏ ଗାଲ
ବୁକୁ ଉହାଡ଼ରେ ଭୟ,
ସଶରୀର ଧାରି ପିଶାଚଙ୍କ ରଡ଼ି
ପାଦ ନ ହୁଅଇ ଥୟ ।

ସ୍ୱପ୍ନାଭିର ସିନା ଫଲ୍ଗୁ ଥାଏ ବୁଣି
କଳ୍ପନା ଫରୁଆ ତଳେ,
ମୁକ୍ତାକାଶ ତଳେ ବିହ‌ଙ୍ଗ ହେବାକୁ
ମଉଳା ମନରେ ଭାଳେ ।

ନିଶିଦ୍ଧ ନିଶିର ଝାପ୍ସା ଆଲୁଅରେ
ଶୁଭେ ଶୃଗାଳଙ୍କ ରଡ଼ି,
ଅବରୋଧ ଭାଙ୍ଗେ ଅବକାଶ ପୁଣି
ଆସେ ଅବାଞ୍ଝିତ ଘଡ଼ି ।

ନିଛାଟିଆ ହୁଏ ଯେହ୍ନେ ବେଳାଭୂମି
ଅଧୁରା ପ୍ରଣୟ ତେଜି,
ମାଂସାଶୀ କୁକୁର, ଶୃଗାଳ, ଗଧିଆ
ନିର୍ବଘ୍ନେ କରନ୍ତି ଭୋଜି ।

ଝାପ୍ସା ଆଲୁଗରେ ତେଜି ହୋଇ ଉଠେ
ଗଳିର ସଂକୀର୍ଣ୍ଣ ରାସ୍ତା,
ଧୈର୍ଯ୍ୟହରା ହୁଏ ନାରୀ ଜାତି, ଏଠି
ଏ କି କୁତ୍ସିତ ବ୍ୟବସ୍ଥା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu