ଅତୀତ ଯାଇଛି ହଜି
ତୁମ ରୂପଗୁଣ ବର୍ଣିତ ନ ହୁଏ ଭାଷାରେ ସୌରଭ ତୁମ ମହକି ଉଠଇ ସଖି ଗୋ । ଓଷ୍ଠରୁ ସଦା ଅମୃତ ଧାରା ଝରଇ ଉପମା ସବୁ ହାର ମାନେ ତୁମ ପାଖରେ । ସଂସାରରେ ରହି, ଯେତେ କାମନା ବାସନା ଜାଗିଛି ତୁମ ପାଇଁ ସବୁ ଯଶ ପୁରୁଷ ମୋହରି । ଆଗୋ ପ୍ରିୟତମା, ମୋ ହୃଦୟ ରାଇଜ ମାନସୀ । ପରସରେ ତୁମ ନୂତନ ଜୀବନ ଲଭିଛି, ଜ୍ୟୋତ୍ସ୍ନା ବୈଧୌତ ରଜନୀରେ ତୁମ ସାଥିରେ ମୁକ୍ତ ଆକାଶ ତଳେ ବସିଛି…

