sakala

ସକାଳ

କଅଁଳିଆ କଞ୍ଚା ସୁନେଲି କୀରଣ ଲୁଚକାଳି ଖେଳୁଥାଏ ସେ ଅଧାଖୋଲା ଝରକାରୁ, କୋଇଲିର ମଧୁସ୍ୱର ତାଳେ ତାଳେ କିଛି ଅମାନିଆ ଶୀତଳ ପବନ ଛୁଇଁଯାଏ ଥକ୍କା ଦେହଟାକୁ ମୋର ସକାଳ, ତମେ ଆସିଲା ପରେ ପରେ… ସକାଳ ! ତୁମେ ଆସ ପୂର୍ବ ଆକାଶର ରକ୍ତିମ ଆଭାରେ, ଧରାବୁକେ ବିଞ୍ଚି ହୋଇଯାଏ ସୁନେଲି ଅବିର ଶିତଳତା ଭରିଯାଏ ମନ ଅଗଣାରେ ସ୍ନିଗ୍ଧ ମଳୟର ଶୀତଳ ସ୍ପର୍ଶରେ, କିନ୍ତୁ, କୋଳାରବ ଭଙ୍ଗକରେ ମୋ ମନ ନୀରବତା !! ଶେଜ ଉପରେ ଥାଇ…

ଅଧିକ ପଢ଼ନ୍ତୁ
sesha-katha

ଶେଷ କଥା

କିଏ ଜାଣିଛି ଆଉ ଥରେ ଆସିବା, ହେବ ଅବା ନାହିଁ? ଯଦି ବି ଫେରିଆସେ, କିଏ ଜାଣିଛି, କେଉଁଠି, କେମିତି, କି ଭାବେ ଆସିବି? ତୁମ ସହ ଆଉଥରେ ଦେଖାହେବ ଅବା ନାହିଁ? ସେଥି ପାଇଁ କହୁଛି, ଯାହା ଦବା ନବା କଥା ଏଇ ଥରରେ ସାରି ଦିଅ, ଯାହା କହିବା ଶୁଣିବା କଥା ଶୁଣି ଯାଅ ଆଉ ଶୁଣେଇ ଯାଅ, ଆଉ ଥରେ ମଉକା ମିଳିବ କି ନାହିଁ । ଯିବାଟା ତ ସୁନିଶ୍ଚିତ, ପୁଣି ଆସିବା…

ଅଧିକ ପଢ଼ନ୍ତୁ
ନଗ୍ନ ଚାହାଣୀ

ନଗ୍ନ ଚାହାଣୀ

କୁତ୍ସିତ ଦୃଷ୍ଟିରେ ଉଡ଼ିଯାଏ ଯେବେ ଅଳସୀ ସନ୍ଧ୍ୟା ଓଢ଼ଣି, ନଗ୍ନତାର ମୁଖା ପରଳ ପକାଏ ଶୃଗାଳ ନଗ୍ନ ଚାହାଣୀ । ଅଶ୍ରୁ ତର୍ପଣରେ ଭିଜୁଥାଏ ଗାଲ ବୁକୁ ଉହାଡ଼ରେ ଭୟ, ସଶରୀର ଧାରି ପିଶାଚଙ୍କ ରଡ଼ି ପାଦ ନ ହୁଅଇ ଥୟ । ସ୍ୱପ୍ନାଭିର ସିନା ଫଲ୍ଗୁ ଥାଏ ବୁଣି କଳ୍ପନା ଫରୁଆ ତଳେ, ମୁକ୍ତାକାଶ ତଳେ ବିହ‌ଙ୍ଗ ହେବାକୁ ମଉଳା ମନରେ ଭାଳେ । ନିଶିଦ୍ଧ ନିଶିର ଝାପ୍ସା ଆଲୁଅରେ ଶୁଭେ ଶୃଗାଳଙ୍କ ରଡ଼ି, ଅବରୋଧ ଭାଙ୍ଗେ ଅବକାଶ ପୁଣି…

ଅଧିକ ପଢ଼ନ୍ତୁ
ହାଟ

ହାଟ

ସୂର୍ଯ୍ୟାସ୍ତର ଆରପାରି ସମାଜକୁ ପିଠିକରି, ହାଟ ଏଠି ଗହଳି, ଚହଳି ମୂଲଚାଲ୍, ବିକାକିଣା… ଭିନ୍ନ ଏକ ବାଘ ସହ ତମାମ୍ ସଲାସୁତୁରା ଭୋକ, ଲାଜ, ବିବେକର ସେ ଆଦିମ ଆବଶ୍ୟକତା’ର…. ଜହ୍ନି ଫୁଲ ଆୟୁଷରେ ହାଟ ଆଖି ଲୁହେ, ମନ ବତରୁ ଥାଏ ପେଟ ପୁରେନି ଭୋକ ମରେନି କିନ୍ତୁ, ରାତି ପାହିଯାଏ….!!! ଦୀପଟିଏ ଖତେଇ ହୁଏ କହେ ଦେଖିଛି ମୁଁ….!!! ସବୁ ବିକାକିଣା ଦରପୋଡ଼ା, ମନର ଠିକଣା… ଏଠି ଦେବା ନେବାର ଭାବ ଆଖିରେ ଆଖିଏ…

ଅଧିକ ପଢ଼ନ୍ତୁ
ନାରୀ

ନାରୀ

ତୋର ହସ ଯେବେ ଲୁଚିଗଲା, ତୋର ଚିତ୍କାର ଆଢ଼ୁଆଳରେ, ସେଇ ନିର୍ଜନ କାଳ ରାତ୍ରିରେ । ତୋର କ୍ଷତ-ବିକ୍ଷତ ଶରୀର ସାଥେ, ରହିଗଲା କିଛି ଗଭୀର ଛାପ, ତୋ ପବିତ୍ର ଆତ୍ମା ରେ ॥ ତୋର ଲୁହ ଦେଖିଲେ ନାହିଁ କେହି, ଯାହା ବିତିଗଲା ରାତି ସହ, ବଢ଼ି ଚାଲିଥିଲା । କହିଲେ ନାହିଁ ଆହା ପଦେ କେହି, ଆଉ ଏକା ଏକା ତୋତେ, ସହିବାକୁ ପଡ଼ିଥିଲା ॥ ସହି ଗଲୁ ତୁନି ତୁନି ସବୁ ଦୁଃଖ କଷ୍ଟ, ଲୁଚାଇଲୁ…

ଅଧିକ ପଢ଼ନ୍ତୁ