You are currently viewing ବଞ୍ଚିବି କିପରି
ବଞ୍ଚିବି କିପରି

ବଞ୍ଚିବି କିପରି

ଭଲ ପାଇବାର ନଥିଲା ଯଦି,
କାହିଁ ଦେଖାଇଲ ସପନ ମତେ ।
ନିଜର ଯଦି କରିବା ନଥିଲା,
କାହିଁକି ଚାଲିଲ ମୋ ସାଥେ ଟିକେ ॥

ମନକଥା ଯଦି ବୁଝିବାର ନାହିଁ,
କାହିଁକି ବୁଝିଲ ପ୍ରଥମେ ଏତେ ।
କାନ୍ଦି ପାରୁନାହିଁ ନିରୋଳା ରାତିରେ,
ଆସୁନି ଆଖିରେ ଲୁହ ବି ଟିକେ ॥

କହି ପାରୁନି କି ଦେଖେଇ ପାରୁନି,
ଛାତି ଭିତରର ଅକୁହା କୋହ ।
ଶୋଇ ପାରୁନାହିଁ ଆଖିବୁଜି ଟିକେ,
ବଞ୍ଚିବି କିପରି ହସିକି କୁହ?

ସବୁବେଳେ ଖାଲି ତୁମେ ମନେପଡ଼,
ସବୁଥିରେ ଦିଶେ ତୁମରି ମୁହଁ ।
ଟିକେ ଭାବିଦେଖ ବଞ୍ଚିବି କିପରି,
ତୁମଠାରୁ ହୋଇ ଅନେକ ଦୂର ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...