ନିଶାର୍ଦ୍ଧର ଆତ୍ମଗ୍ଳାନୀ
୧ ନିଶାର୍ଦ୍ଧରେ କଷ୍ଟଲାଗେ କାନ୍ଥଘଣ୍ଟା ଟିକ୍ ଟିକ୍ ଶବ୍ଦ । ସତେଅବା, କୋଣାର୍କର ଚୂଡ଼ାଦେଶେ ଯାଯାବର ବଢ଼େଇର ନିଶାଣ ପ୍ରହାର ଆଜି ପ୍ରମତ୍ତ ପ୍ରଲୁବ୍ଧ ॥ ୨ ନିଶାର୍ଦ୍ଧରେ କଷ୍ଟଦିଏ ମଶକର ଗୁଣୁଗୁଣୁ ଗୀତ । ସତେଅବା, ନକ୍ସଲର ପ୍ରାଦୁର୍ଭାବେ ଉପଦ୍ରୁତ ପେଣ୍ଠସ୍ଥଳେ ସଲାମ ସଂଗୀତ ଆଜି ଉନ୍ମତ୍ତ, ଉନ୍ମୁକ୍ତ ॥ ୩ ନିଶାର୍ଦ୍ଧର ପ୍ରାଣପିଡ଼ା ନାଶୀତିତୋଷ୍ଣ ତୋ’ ଶରୀର । ସତେଅବା, ଜଙ୍ଗଲରେ ପର୍ଣ୍ଣମୋଚୀ ପତ୍ରଝଡ଼ା ପ୍ରତିକ୍ଷାରେ ଭୟଭୀତ ସୁପ୍ତ ଋଗ୍ଣ ନିସ୍ତବ୍ଧ ନିଷ୍ଠୁର ॥ ୪ ନିଶାର୍ଦ୍ଧରେ ସ୍ୱପ୍ନଭଙ୍ଗ…

