You are currently viewing ଭଲପାଇଥିଲି ତୋତେ…
ଭଲପାଇଥିଲି ତୋତେ…

ଭଲପାଇଥିଲି ତୋତେ…

ଭଲପାଇଥିଲି ମନ ଦେଇ ତୋତେ
ଚାଲିଗଲୁ ଛାଡ଼ି କରି ଏକା ମୋତେ
ଏଡ଼େ ବେଇମାନି ଏଡ଼େ ତୁ ନିଷ୍ଠୁର
ଭାଙ୍ଗିଦେଲୁ ମୋର ସାତ ସପନର ଘର ॥

ବୁଝିଗଲି ତୋ’ ଭଲପାଇବାର ମୂଲ୍ୟ
କ’ଣ ଥିଲା ଏହି ଆମ ଅମର ପ୍ରେମ
ମିଥ୍ୟା ପ୍ରତିଶ୍ରୁତିର ଆଶ୍ରା କରିଥିଲୁ
ମୋ ଭଲପାଇବାକୁ ଠକିଦେଇ ଗଲୁ ॥

ତୋ’ ପାଇଁ ମୁଁ ସବୁ କିଛି ଭୁଲିଥିଲି
ତୋତେ ମୁଁ ନିଜର ସବୁଦିନ ପାଇଁ କରିଥିଲି
ସାଙ୍ଗସାଥି ଭୁଲି ତୋ’ ପାଖେ ପାଖେ ଥିଲି
ତୋ’ ଦୁଃଖ ସୁଖରେ ଆଗରେ ମୁଁ ଥିଲି ॥

ଆମ ଭଲପାଇବାକୁ ଦେଖି ସଭିଏଁ କୁହନ୍ତି
ରାମସୀତା ଯୋଡ଼ି କଥା କହିବୁଲନ୍ତି
ଏମିତି ଆଗକୁ କାହା ସାଥେ କରିବୁନି
ସୁଖ ନଦେଲେ ବି କାହା ମନେ ଦୁଃଖ ତୁ ଦେବୁନି ॥

ଭଲ ପାଇଥିଲି ମନ ଦେଇ ତୋତେ
ଜାଣିପାରିଲିନି ଧୋକା ଦେବୁ ତୁ ଏମିତି ମୋତେ
ମୋ ଟିକି ହୃଦୟରେ ରଖିଥିଲି ତୋତେ
ମୋ ଜୀବନଠୁ ଅଧିକ ଭଲପାଉଥିଲି ତୋତେ ॥

ଏଡ଼େ ବେଇମାନି ଏଡ଼େ ତୁ ନିଷ୍ଠୁର
ଭାଙ୍ଗିଦେଲୁ ମୋର ସାତ ସପନର ଘର
ତୋ ଜୀବନରେ ତୁ ଭଲରେ ଥା
ମୋ ଜୀବନେ କେବେ ତୁ ଫେରି ନ ଆ ॥

– ରୁଦ୍ରନାରାୟଣ ଖଟୁଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।