You are currently viewing ଅତୀତ ଯାଇଛି ହଜି
ଅତୀତ ଯାଇଛି ହଜି

ଅତୀତ ଯାଇଛି ହଜି

ତୁମ ରୂପଗୁଣ ବର୍ଣିତ ନ ହୁଏ ଭାଷାରେ
ସୌରଭ ତୁମ ମହକି ଉଠଇ ସଖି ଗୋ ।
ଓଷ୍ଠରୁ ସଦା ଅମୃତ ଧାରା ଝରଇ
ଉପମା ସବୁ ହାର ମାନେ ତୁମ ପାଖରେ ।
ସଂସାରରେ ରହି, ଯେତେ କାମନା ବାସନା ଜାଗିଛି
ତୁମ ପାଇଁ ସବୁ ଯଶ ପୁରୁଷ ମୋହରି ।
ଆଗୋ ପ୍ରିୟତମା,
ମୋ ହୃଦୟ ରାଇଜ ମାନସୀ ।
ପରସରେ ତୁମ ନୂତନ ଜୀବନ ଲଭିଛି,
ଜ୍ୟୋତ୍ସ୍ନା ବୈଧୌତ ରଜନୀରେ ତୁମ ସାଥିରେ
ମୁକ୍ତ ଆକାଶ ତଳେ ବସିଛି
କେତେ ମଧୁର କାହାଣୀ ମନ ଖୋଲି ମୁଁ ତ’ କହଛି
ଅତୀତ ଯାଇଛି ହଜି
ଆଜି ଏହି ଚଲାପଥରେ
ତଥାପି ଅନେକ ଆଶା
ଜାଗିଉଠେ ଅନ୍ତର ମଧ୍ୟରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶ୍ରୀମାନ ଅଜରା ଯାଜପୁରସ୍ଥିତ ପାଥପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ସମାଜସେବା କରିବା ସହିତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।