You are currently viewing ପୋଡ଼ ପିଠାରେ ମନ
Odia Poem Poda Pithare Mana (ପୋଡ଼ ପିଠାରେ ମନ) by Sudam Charan Swain

ପୋଡ଼ ପିଠାରେ ମନ

ଷାଠିଏ ପଉଠି ଛପନ ଭୋଗ କି
ଲାଗିଲାନି ତତେ ମିଠା ।
ଛେଚା କଚା ଖାଇ ଧାଇଁ ଆସିଛୁ କି
ଖାଇବାକୁ ପୋଡ଼ ପିଠା ॥

ଲବଣୀ ଖିଆ ସେ ସୁକୋମଳ ଦେହ
ଫୁଲ ବି ଲାଗେ କଣ୍ଟା ।
କେମିତି ସହୁଛୁ ଟଣା ଭିଡ଼ ଏତେ
ଦଉଡ଼ି ବନ୍ଧା ସେନା ପଟା ॥

ଭାବ ସିନ୍ଧୁ ତୁ ଭାବର ସିନ୍ଦୁକ
ପ୍ରତି ମାନବ ଜାତିର ।
ସେଇ ଭାବ ପାଇଁ ପତିତ ଉଦ୍ଧରି
କଷ୍ଟ ସହି ଯାଉ ଅପାର ॥

ଶ୍ରୀଅଙ୍ଗ ପରାସ ହୋଇଥିବ ପ୍ରଭୁ
ପହଣ୍ଡିରେ ଆସି ଆସି
ସବୁ ସହି ଯାଇ ତଥାପି ହସୁଛି
ଆମ ସରଗ ଶଶୀ
ଭକ୍ତ ବତ୍ସଳ ଭକ୍ତ ଭାବ ଗ୍ରାହି
ଭକ୍ତର ଦେବତା ସେହି
ଭକ୍ତ ପାଇଁ ଲୀଳା କରେ ଚକାଡୋଳା
ଦିନଜନ ଭାବ ସେହି ॥

– ସୁଦାମ ଚରଣ ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଦାମ ଚରଣ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।