You are currently viewing ସନେଟରେ ସୁନାଦିଅଁ
Odia Poem Sanetre Sunadian (ସନେଟରେ ସୁନାଦିଅଁ) by Madhumita Mishra

ସନେଟରେ ସୁନାଦିଅଁ

ସୁନା ଠାକୁର ମୋ ସୁନା ବେଶ ଧରି ହୋଇଅଛି ଉଭା ସତେ…
ସୁନା ଠାକୁରର ସୁନାବେଶ ଦେଖି ଝଲସେ ନଜର କେତେ…!!
ସୁନା ଗହଣା ତା’ ଅଙ୍ଗଦେଶେ ଲାଗି ଆହୁରି ଝଟକି ଯାଏ…
ସୁନା ଠାକୁରର ସୁନାବେଶ ଦେଖି ଲୁହ ରୋକିପାରେ କିଏ…!!

ସୁନା ପରି ସେ ତ ଶୁଦ୍ଧ ସୁନାଦିଅଁ ତା’ ପରି କିଏ ସେ ହେବ…
ସୁନାବେଶ ଧରି ରଥ ପରେ ଜଗା ସଭିଙ୍କୁ ଦର୍ଶନ ଦେବ…!!
ସୁନା ତା’ ମୁକୁଟ ସୁନା ଗଳାହାର ସୁନାର ହାତ ଓ ପାଦ…
ସୁନା ଭିତରର ସୁନା ହୃଦୟଟି ଖୋଜେ ଖାଲି ସୁନା ଭାବ…!!

ସୁନାର କୂଅରୁ ସୁନା ପାଣି ଘେନି ଗାଧୋଇ ସୁନା କାଳିଆ…
ସୁନା ପରି ଦେହ ଜରରେ କମ୍ପିଲା ଭୟ କରିଲା ଦୁନିଆ…!!
ସୁନା ପିଲା ପରି ଓଷଧ ସେ ଖାଇ ପୁଣି ସଜବାଜ ହେଲା…
ସୁନା ସବାରୀରେ ବସି ସୁନାପୁଅ ମାଉସୀ ଘରକୁ ଗଲା…!!

ସୁନା ପରି ମନ ସୁନା କାଳିଆର ସୁନା ପରି ଧନ ସିଏ…!!
ସୁନା ଭକତର ଆରତ ତାରଇ ସୁନା ମୁକୁତି ସେ ଦିଏ…!!

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।