You are currently viewing ବାସ୍ନା… ସନେଟ୍
Odia Sante Basna (ବାସ୍ନା… ସନେଟ୍) by Madhumita Mishra

ବାସ୍ନା… ସନେଟ୍

ସେ କହୁଥିଲା ବାସ୍ନାର କଥା,
ଚନ୍ଦନ ଅଗୁରୁ ସହ ମଧୁମାଳତୀର ମଧୁଗାଥା ।
ଗଭାର ମଲ୍ଲିମାଳ ଆଉ ଅତରମିଶା ପାନର କଥା,
ମତୁଆଲା ସେହି ଦେହର ଆଦିମ ବାସ୍ନାର କଥା ॥

ସେ କହୁଥିଲା ବାସ୍ନାର କଥା,
ସିଙ୍ଗଡ଼ା ପକୋଡ଼ି ସହ ଅଦା ଗୁଜରାତି ପକା ଚା’ର କଥା ।
ଭିଜାମାଟିରୁ ଆସୁଥିବା ସେହି ସୁଗନ୍ଧିତ ଫୁଲମିଶା ବାସ୍ନା କଥା,
ଭଜା ବାଦାମର ବାସ୍ନା ପରି କ୍ଷୁଧା ନିବାରଣୀ ବାସ୍ନାର କଥା ॥

ସେ କହୁଥିଲା ବାସ୍ନାର କଥା,
ଝାଳୁଆ ଦେହର ଗନ୍ଧ, ପଚାସଢ଼ା ଆବର୍ଜନାର କଥା ।
ହାଣ୍ଡିଆ ମଦର ଗନ୍ଧ, ନାଳ ନର୍ଦ୍ଦମା ଆଉ ପଙ୍କର କଥା,
ସଦ୍ୟ ପୋଡ଼ା ଯାଇଥିବା ମଢ଼ର ଉତ୍କଟ ବାସ୍ନାର ବ୍ୟଥା ॥

ମୁଁ କରୁଥିଲି ଅନ୍ତରଙ୍ଗ ସମ୍ପର୍କର ଏକ ଅମ୍ଳାନ ବାସ୍ନାର ଯାତ୍ରା,
ନେଇ ଜଡ଼ରୁ ଚେତନ ଯାଏଁ ବ୍ୟାପ୍ତ ମହାନ୍ ବିଭୁବାସ୍ନାର ସତ୍ତା ॥

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।