You are currently viewing ବାପା
ବାପା

ବାପା

ନା ମୁଁ ତୁମକୁ କେବେ ଦେଖିଛି
ନା ତୁମେ ମୋତେ ଚାହିଁ ହସିଛ
କିନ୍ତୁ ତୁମେ ମୋତେ ଜନ୍ମ ଦେଇଛ ।

ନା ତୁମେ ମୋତେ ତାଗିଦ୍ କରିଛ
ନା ମୋ ଖୁସିରେ ଖୁସି ହେଇଛ
କିନ୍ତୁ ମୋତେ ପରିଚୟ ଦେଇଛ ।

ନା ତୁମେ ମୋ ହାତ ଧରି ରାସ୍ତା ପାରି କରିଛ
ନା ମୁଁ ତୁମ ହାତ ଧରି ଚାଲିବା ଶିଖିଛି
କିନ୍ତୁ ତୁମେ ମୋତେ ସାହସୀ କରିଛ ।
ନା ତୁମେ ଦେଖିଛ ମୋ ଅଭିମାନ
ନା ମୁଁ ତୁମଠୁ ପାଇଛି ଆଶ୍ୱାସନା
କିନ୍ତୁ ତୁମେ ମୋତେ ଅଧିକାର ଦେଇଛ ।

ଆଜି ଦୁନିଆ ଆଖିରେ ତୁମେ
କେଉଁ ଏକ ଅଜଣା ଦେଶରେ
କିନ୍ତୁ ତୁମେ ଆଜିବି ଜୀବିତ
ମୋ ନିଶ୍ୱାସରେ
ମୋ ସ୍ପନ୍ଦନରେ ।
ମୋ ବ୍ୟକ୍ତିତ୍ୱରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...