ଉଷା

ଉଷା

ଅଶାର ନୂତନ ପରିଭାଷା, ସମ୍ଭାବନାର ଆଉ ଏକ ଆଶା । ଅନନ୍ତ ଜୀବନ ପୁଣି ଯାତ୍ରାର ଶୁଭାରମ୍ଭ, ସୁବାସିତ ପାରିଜାତ ପ୍ରୀତି ତା’ର ସୁରଭିତ ଭ୍ରମ । ଅତୀତ ନାହିଁ ପୁଣି ଭବିଷ୍ୟତ ଅଦୃଶ୍ୟ, ଦିଗ୍‌ବଳୟ ପାରି ତା’ ଆକଳନ, ସମୁଦ୍ରର ଗଭୀରତା ଠୁ ବଳି ତା’ ରହସ୍ୟ । ତଥାପି ବର୍ତ୍ତମାନରେ ଅଜାଡ଼ି ଦିଏ ସର୍ବସ୍ୱ । ଦିବସର ଅନ୍ତୁଡ଼ିଶାଳ ସେ ରଜନୀର ଯବନିକା, ମିଳନର ଅଭିସାରିକା ତ’ ବିଚ୍ଛେଦର ପୁଣି ବିଭୀଷିକା । ତମ ଆଗମନେ ଦୁର୍ବାର ମହକରେ ଅଭିମାନୀ କୁଆଁ…

ଅଧିକ ପଢ଼ନ୍ତୁ
ବଞ୍ଚିବି କିପରି

ବଞ୍ଚିବି କିପରି

ଭଲ ପାଇବାର ନଥିଲା ଯଦି, କାହିଁ ଦେଖାଇଲ ସପନ ମତେ । ନିଜର ଯଦି କରିବା ନଥିଲା, କାହିଁକି ଚାଲିଲ ମୋ ସାଥେ ଟିକେ ॥ ମନକଥା ଯଦି ବୁଝିବାର ନାହିଁ, କାହିଁକି ବୁଝିଲ ପ୍ରଥମେ ଏତେ । କାନ୍ଦି ପାରୁନାହିଁ ନିରୋଳା ରାତିରେ, ଆସୁନି ଆଖିରେ ଲୁହ ବି ଟିକେ ॥ କହି ପାରୁନି କି ଦେଖେଇ ପାରୁନି, ଛାତି ଭିତରର ଅକୁହା କୋହ । ଶୋଇ ପାରୁନାହିଁ ଆଖିବୁଜି ଟିକେ, ବଞ୍ଚିବି କିପରି ହସିକି କୁହ? ସବୁବେଳେ ଖାଲି…

ଅଧିକ ପଢ଼ନ୍ତୁ
ବୋଉ

ବୋଉ

‘ବୋଉ’ ତୁ କେମିତି ଛଡ଼େଇ ନେଉ ମୋ’ଠାରୁ ମୋର ସବୁ ଦୁଃଖ କଷ୍ଟକୁ ପ୍ରତିବଦଳରେ ତୋର ସବୁ ସୁଖ ଶାନ୍ତିକୁ ମୋ ଉପରେ ଅଜାଡ଼ି ଦେଉ ତୋ’ ଜୀବନରେ ପ୍ରତିଟି ମୁହୂର୍ତ୍ତ ଜାଳିଦେଉ ତିଳ ତିଳ କରି ମୋ ଓଠରେ ଚେନାଏ ହସ ଦେଖିବାକୁ ଅଭାବ, ଅସୁବିଧା, ଦୁଃଖ, ଯନ୍ତ୍ରଣା ଦଶମାସ, ଦଶଦିନ ଗର୍ଭରେ ଧରଣ କଲାପରେ ବି… ପୁଣି ହସି ହସି ସ‌ହିଯାଉଛୁ ସବୁକୁ । ଦୁନିଆରେ ସବୁ ହସ ଖୁସିକୁ ବାନ୍ଧି ରଖୁ କେବଳ ମୋରି…

ଅଧିକ ପଢ଼ନ୍ତୁ
ବାପା

ବାପା

ନା ମୁଁ ତୁମକୁ କେବେ ଦେଖିଛି ନା ତୁମେ ମୋତେ ଚାହିଁ ହସିଛ କିନ୍ତୁ ତୁମେ ମୋତେ ଜନ୍ମ ଦେଇଛ । ନା ତୁମେ ମୋତେ ତାଗିଦ୍ କରିଛ ନା ମୋ ଖୁସିରେ ଖୁସି ହେଇଛ କିନ୍ତୁ ମୋତେ ପରିଚୟ ଦେଇଛ । ନା ତୁମେ ମୋ ହାତ ଧରି ରାସ୍ତା ପାରି କରିଛ ନା ମୁଁ ତୁମ ହାତ ଧରି ଚାଲିବା ଶିଖିଛି କିନ୍ତୁ ତୁମେ ମୋତେ ସାହସୀ କରିଛ । ନା ତୁମେ ଦେଖିଛ ମୋ ଅଭିମାନ ନା…

ଅଧିକ ପଢ଼ନ୍ତୁ
ଭାବନା ଅନନ୍ତ

ଭାବନା ଅନନ୍ତ

ଭାବନା ଅନନ୍ତ ଶବ୍ଦ ସୀମିତ । କହିବି ବା କଅଣ ଲେଖିବି ବା କଅଣ ତମସା ଅନନ୍ତ ଦୀପ ସୀମିତ । ଭାବନା ଅନନ୍ତ ଶବ୍ଦ ସୀମିତ ॥ ପୂର୍ଣ୍ଣ ଜୀବନ, ଅଭାବ ଅଛି ତଥାପି କଳ୍ପନା ଅତୀତ ଏ ଭାବ ଅଛି ତଥାପି । ଦେବ ଆଶୀଷ ବା ମିଳିବ କାହିଁ ଅର୍ଚ୍ଚନା ଅନନ୍ତ ପୂଜା ସୀମିତ । ଭାବନା ଅନନ୍ତ ଶବ୍ଦ ସୀମିତ ॥ ନିରାଶାର ନୁହଁ ଭୟ ଆଶାର ସୁରଭିର ନୁହଁ ମୋହ ପୁଷ୍ପର ବୃତ୍ର ଅନ୍ତ ଇନ୍ଦ୍ର…

ଅଧିକ ପଢ଼ନ୍ତୁ