You are currently viewing ସୁଧାମୟ ଭାଷା ମୋର
ସୁଧାମୟ ଭାଷା ମୋର

ସୁଧାମୟ ଭାଷା ମୋର

କେଡ଼େ ସୁନ୍ଦର ସେ ଆନନ୍ଦ ଲାଗଇ
ଏ’ ଓଡ଼ିଆ ଭାଷା ମୋର ।
ଧନ୍ୟ ମା’ ଧରିତ୍ରୀ ତୋହରି କୋଳରେ
ଭାଷା ଓଡ଼ିଶା ମାଟିର ।

ପାଶ୍ଚାତ୍ୟ ଭାଷାକୁ ଯେତେ ଆଦରିଲେ
ସେ କିସ ମଧୁର ହୋଇ ।
ଦୁଃଖିନୀ ଜନନୀ ବିଳାପ କରୁଛି
ତା’ ଭାଷା ଆଦର କାହିଁ ?

ଓଡ଼ିଆ ଭାଷାକୁ ଲେଖି ପଢ଼ି କ‌ହି
କେ କେତେ ନାଆଁ ରଖିଛି ।
ଆଜି କିଆଁ ଏଠି ଏହି ଭାଷା ପାଇଁ
ହତାଦର ରହିଅଛି ?

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...