You are currently viewing ଶରତ ଶୋଭା
Odia Poem Sharata Shobha (ଶରତ ଶୋଭା) by Sambit Dash

ଶରତ ଶୋଭା

ବର୍ଷା ଋତୁ ସରିଲେ ଶରତ ଋତୁ
ହୁଅଇ ପ୍ରବେଶ,
ପଲ୍ଲବୀତ ଶରତେ ଫୁଲର ସମ୍ଭାରେ
ଦିଶେ ପ୍ରକୃତିର ହସ ॥

ଶ୍ଵେତ କାଶତେଣ୍ଡି ଫୁଲର ମେଳରେ
ନଦୀ ପଠା ଉଠେ ହସି,
ନିଜ ସ୍ୱନ୍ଦର୍ଯ୍ୟ ନିଜେ ଦେଖି ଧରା
ହୁଏ ମନେ ଭାରି ଖୁସି ॥

ଶୁଭ ସକାଳରେ ମେଘ ଖଣ୍ଡମାନ
ଭାସି ଦିଶନ୍ତି ସୁନ୍ଦର,
ଖରା ପରେ ଛାଇ ଛାଇ ପରେ ଖରା
ଲୁଚକାଳିରେ ଦିବାକର ॥

ଜହ୍ନର ଆଲୁଅରେ ଜହ୍ନି ଫୁଲ ଗଢ଼ୁଥାଏ
କୋଠି କେବେକେବେ,
ଶରତ ସନ୍ଧ୍ୟାଟି ଭାରି ମନୋରମ ଯେତେ
ସନ୍ଧ୍ୟା ଅଛି ଭାବେ ॥

ଏଇ ଶରତେ ମାଆଙ୍କ ଆଗମନରେ
ହସି ଉଠିବ ଧରା,
ପର୍ବଣର ଋତୁ ଉଲ୍ଲସି ଉଠିବ ମେଲାଇ
ଆସିବ ଖୁସିର ପସରା ॥

ସନ୍ଧ୍ୟା ଆଗମନରେ ଶେଫାଳୀ ଫୁଲ
ଫୁଟେ ଚଉଦିଗ ବାସ,
ପୋଖରୀ ଗାଡ଼ିଆ ଜଳ ପୂର୍ଣ୍ଣ ହୋଇ
ଜଳଚର ପ୍ରାଣୀମୁହେଁ ହସ ॥

– ସମ୍ବିତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମ୍ବିତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ କବିତା ରଚନା କରନ୍ତି । ସେ ଜଗତସିଂହପୁର ଜିଲ୍ଲାର ଏରସମାସ୍ଥିତ ପଲ୍ଲୀକଣ୍ଟାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।