ଆଜି ଖୋଜି ଚାଲିଛି

ଆଜି ଖୋଜି ଚାଲିଛି

ମନରେ ଅଗଣିତ ପ୍ରଶ୍ନ ସମାଧାନର ଉପାୟ ଖୋଜି ଚାଲିଛି ଆଖିରେ ଅସୁମାରି ସ୍ୱପ୍ନ ରାତ୍ରିର ଅନୁସନ୍ଧାନ କରୁଛି କେଇ ଦିନର ଭୋକିଲା ପେଟ ଖାଦ୍ୟ ପାଇଁ ଛଟ ପଟ ହେଉଛି ଚାଲିବାକୁ ବହୁପଥ ଅଛି କ୍ଲାନ୍ତ ପଥିକଟି ପରି ପଡ଼ି ରହିଛି ବଞ୍ଚିବାକୁ ଆଶାନାହିଁ ପ୍ରଭୁ ତୁମ ଦର୍ଶନକୁ ଅପେକ୍ଷା କରିଛି ସତରେ ବିଚିତ୍ର ଏ ଦୁନିଆ ଆଉ ତାର ଚିତ୍ରପଟ ॥

ଅଧିକ ପଢ଼ନ୍ତୁ
Odia Poem Ahwan (ଆହ୍ୱାନ) by Sanghamitra Kanungo

ଆହ୍ୱାନ

ବେଳେ ବେଳେ ଏମିତି ବି ହୁଏ, ସବୁ ସୁଖର ଏରୁଣ୍ତି ବନ୍ଧ ଡେଇଁ କିଏ ଜଣେ ପଶି ଆସେ, ବହୁ ପ୍ରଶ୍ନର ପସରା ଧରି, ଆନ୍ଦୋଳିତ ହୁଏ ମନ ମୁଁ ପରା ଈଶ୍ୱରଙ୍କ ସର୍ବୋତ୍ତମ ସୃଷ୍ଟି, ଘରର ମୁଁ ଲକ୍ଷ୍ମୀ । ଏକାଧାରେ ଜାୟା, ପୁଣି ଜନନୀ, ଭଗିନୀ । ପ୍ରେମ, ପ୍ରୀତି, ପ୍ରଣୟର ମୁଁ ପରା ତ୍ରୀବେଣୀ । ତେବେ କୁହ ମୁଁ କାହିଁକି ଜଳେ ଏଠି, ଉପେକ୍ଷାର କଳା ମଶାଣୀରେ? ମୁଁ କାହିଁକି ଭାସେ ଏଠି, ଯାତନାର ମୃତ…

ଅଧିକ ପଢ଼ନ୍ତୁ
Jibanra Bata

ଜୀବନର ବାଟ

ଜୀବନର ବାଟେ ଚାଲୁ ଚାଲୁ କେବେ କଣ୍ଟାଟିଏ ମାଡ଼ିଛି, କେବେ ଫୁଲରେ ମୁଁ ଚାଲିଛି । କେବେ ବରଷାରେ ଭିଜିଛି କେବେ ବୈଶାଖକୁ ଛୁଇଁଛି, କେତେ ଯେ ସ୍ୱପ୍ନ ଦେଖିଛି କିଛି ପୁଣି ସତ ହୋଇଛି । କେବେ ଦୁଃଖ ନଈ କୂଳେ ବୁଲି ନିଜକୁ ହଜେଇ ଦେଇଛି, ପୁଣି ସୁଖର ସାତ ରଙ୍ଗରେ ନିଜକୁ ରଙ୍ଗେଇ ଦେଇଛି । କେତେ ଯେ ପଡ଼ିଚି, କତେ ଯେ ଝୁଣ୍ଟିଛି ତ‌ଥାପି ଆଜି ମୁଁ ଚାଲିଛି, ଜୀବନ‌କୁ ମୋର ଭଲପାଏ ବୋଲି ବଞ୍ଚିବାକୁ…

ଅଧିକ ପଢ଼ନ୍ତୁ
Tume Tike Asantani

ତୁମେ ଟିକେ ଆସନ୍ତନି

ତୁମ ସ‌ହ ମିଶିବାକୁ ବ‌ହୁତ ଇଚ୍ଛା ତୁମେ ଟିକେ ଆସନ୍ତନି ଭସା ବାଦଲରେ, ମୃଦୁ ମଳୟରେ ନ‌ଦୀର ସ୍ରୋତରେ, ପୁଷ୍ପର ସୁରଭିରେ କୋଇଲିର କୁହୁତାନେ ଅବା ଜ‌ହ୍ନର ଜୋଛନାରେ ତୁମେ ଟିକେ ଆସନ୍ତନି । କରନ୍ତ କେତେ ମାନ ଅଭିମାନ ତୁମର ନୀରବ ଚୋରାଚୋରା ଚାହାଣୀରେ ସବୁମାନ ଅଭିମାନ କୁଆଡ଼େ ନିମିଷକେ ମିଳାଇ ଯାଆନ୍ତା, ହଠାତ୍ ଆସନ୍ତା ଫଗୁଣର ସୁନାମି ହଜିବାକୁ ହଜାଇବାକୁ ଭିଜିବାକୁ ଭିଜାଇବାକୁ ପ୍ରୀତି ଉପବନେ ହେଉପଛେ ମୁହୂର୍ତ୍ତେ ତମେ ଟିକେ ଆସନ୍ତନି । – ହିମାଂଶୁ…

ଅଧିକ ପଢ଼ନ୍ତୁ
Mo Gaon Nai

ମୋ ଗାଁ ନଈ

ମୋ ଗାଁ ନଈକୁ କରି ଦୃଶ୍ୟମାନ ହଜିଯାଏ ମୁଁ ବାଲ୍ୟ କାଳେ, କେତେ ସନ୍ତରଣ କେତେ ସ୍ନାହାନ କରିଥିଲି ଦିନେ ତାରି କୋଳେ । ସୁନ୍ଦର ଦିଶଇ ମୋ ଗାଁ ନଈ ସତେକି ଜାହ୍ନବୀ ଧାରା, ରୂପସି ପ୍ରିୟା ମୋ ସେଇ ନଈ ଧାରେ ରଙ୍ଗେ ହଳଦି ପସରା । ମୋ ଗାଁ ନଈ ଧାରେ ଅଛି ମୋ ପ୍ରଥମ ବିଦ୍ୟାମନ୍ଦିର, ପାଠ ପଢ଼ିଥିଲି ଶିଖିଥିଲି ଭାଷା ସେଇଠି ଅଛି ମୋ ସଠୀଘର । ମୋ ଗାଁ ନଈରେ ଜୁଆର ଆସିଲେ…

ଅଧିକ ପଢ଼ନ୍ତୁ