You are currently viewing ଶୀତ ଆସିଲେ
Sita Asile (ଶୀତ ଆସିଲେ) Odia Poem by Sidheswar Tripathy

ଶୀତ ଆସିଲେ

ଶୀତ ଆସିଲେ
ଜୀବନ୍ତ ହୋଇଉଠେ ତୁମସ୍ମୃତି
ତାଜା ହୋଇଯାଏ କାକର ଭିଜା ଗୋଲାପ
ଯୋଉଟା ତୁମେ ଦେଇଥିଲ ମୋତେ
ଅତି ସରାଗରେ ପହିଲି ଭେଟରେ ।

ଶୀତ ଆସିଲେ ମନେପଡ଼େ
ତୁମ ଇଅରକଡ଼୍ ଦିଆ ଫୁସଫୁସ କଥା
ଆଉ ମୋ ବାହାନାରେ ମିଛଯନ୍ତ୍ରଟାକୁ
ତୁମ ସତସତିକା ଦେଉଥିବା ସହଶ୍ର ଚୁମା ।

ଶୀତ ଆସିଲେ ମନେ ପଡ଼େ
ତୁମ ମିଠା ମିଠା ଗୀତ
ଯାହା ଚାଲୁଥିଲା ରାତିଅଧ ଯାଏ
ଶେଷ ହେଉଥିଲା ଫୋନର ଚାର୍ଜ ସାଥିରେ ।

ଶୀତ ଆସିଲେ ମନେପଡ଼େ
ତୁମ ପ୍ରତିଶ୍ରୁତି ତୁମ ରାଗ ରୁଷା
ଛନ୍ଦ ଯୁକ୍ତ ଗୀତ
ଆଉ ଛନ୍ଦ ମୁକ୍ତ ନିରିହ ମନଟା ।

ଶୀତ ଆସିଲେ କୁହୁଳି ଉଠେ ମନ
କାହିଁକି ଜାଣିଛ
ସେ ଶୀତ ଫେରେ ଫିସନ
ଠିକ ସମୟରେ
ହେଲେ ତୁମେ ଗଲାଦିନୁ ନୂଆ ଠିକଣା ବାଟରେ
ଫେରିବନି କେବେ ଏଇ ଜୀବନକୁ
ମୁଁ କିନ୍ତୁସେବେଠୁ ହଜି ଯାଇଛି
ସେଇ ଶୀତ ସାଥିରେ ।

– ସିଦ୍ଧେଶ୍ୱର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସିଦ୍ଧେଶ୍ୱର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।