You are currently viewing ମୁଁ
Odia Poem Mun (ମୁଁ) by Pragyan Dalai

ମୁଁ

ମୁଁ ମନ୍ତ୍ର ମୁଗ୍ଧା
ମହା ମୋକ୍ଷ
ମନୁ ସ୍ମୃତି
ମହାକାଶ

ମୁଁ ମାଟି ମୋହ
ମାୟା ମୃଗ
ମୃଗତୃଷ୍ଣା
ମେଘଦୂତ

ମୁଁ ମରୁଭୂମି
ମଲାଜହ୍ନ
ମଶାଣୀର
ମଲା ସ୍ଵପ୍ନ

ମୁଁ ମସ୍ତିଷ୍କର
ମାୟାଜାଲ
ମୁହୁର୍ମୁହୁ
ମତାନ୍ତର

ଏଇ ମୁଁ ମୁଁତ୍ୱର
ମହାଭାରତରେ
ମୁଁ ମୂକ ସାକ୍ଷୀ
ମହା ବୃକ୍ଷ

– ପ୍ରଜ୍ଞା ଦଳାଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଜ୍ଞା ଦଳାଇ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।