You are currently viewing ✍ ସପ୍ତତ୍ରିଂଶ ସମ୍ପାଦକୀୟ
Editorial Page of Shubhapallaba 37th Edition (ଶୁଭପଲ୍ଲବ ୩୭ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ସପ୍ତତ୍ରିଂଶ ସମ୍ପାଦକୀୟ

ଯେବେ ନୂଆ ବର୍ଷଟିଏ ଆସେ, ତତ୍ ସମ୍ବନ୍ଧୀୟ ପାଞ୍ଜି ବା କ୍ୟାଲେଣ୍ଡର ବଦଳେ । ଯଦିଓ ଆମେ ସମସ୍ତେ ନିଜର କର୍ମମୟ ଜୀବନ ଭିତରେ ଗ୍ରେଗୋରି ପାଞ୍ଜିକୁ ଆପଣେଇ ନେଇଛେ, ତଥାପି ନିଜ ନିଜର ସଂସ୍କୃତି ଅନୁସାରେ ବର୍ଷରେ ଭିନ୍ନ ଭିନ୍ନ ସମୟରେ ନବବର୍ଷ ପାଳନ କରୁଛେ । ଯଦି ଖାଲି ଭାରତ ବର୍ଷ କଥା ଦେଖିବା, ତେବେ ଅଲଗା ଅଲଗା ରାଜ୍ୟର ଲୋକମାନେ ଭିନ୍ନ ଭିନ୍ନ ଦିନରେ କେମିତି ନୂଆ ବର୍ଷ ପାଳନ କରୁଛନ୍ତି ତାହା ଦେଖିପାରିବା ।

ଆମେ ସବୁବେଳେ ନିଜର ସଂସ୍କୃତି ବଡ଼ ବୋଲି ଗର୍ବ କରିଥାଉ, ସେମିତି ଅନ୍ୟମାନେ ମଧ୍ୟ ତାଙ୍କ ସଂସ୍କୃତି ବିଷୟରେ ଭାବୁଥାନ୍ତି । ସମସ୍ତଙ୍କ ପାଇଁ ସମସ୍ତଙ୍କର ଧର୍ମ, ସଂସ୍କୃତି, ପରମ୍ପରା ବହୁତ ବଡ଼, ଯାହାକୁ ଆମେ ଯଥୋଚିତ ସମ୍ମାନ ମଧ୍ୟ ଦେଇଥାଉ । ଏମିତି ବିବିଧତା ଭିତରେ ଆମେ ଏ ସମାଜରେ ପରସ୍ପରକୁ ଆପଣେଇ ନେଇ ଚଳି ଆସୁଛେ ଆଉ ଆଗକୁ ଚଳିବା ମଧ୍ୟ ।

ତେବେ ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷର ଶୁଭେଚ୍ଛା ସହିତ ଭେଟି ଦେଉଛୁ ଶୁଭପଲ୍ଲବର ଏହି ୩୭ଶ ସଂସ୍କରଣଟି । କିଛି ଅସୁବିଧା ହେତୁ ଆମ ପତ୍ରିକାଗୁଡ଼ିକ ସଠିକ୍ ସମୟରେ ପ୍ରକାଶ ପାଇପାରୁନାହିଁ, ସେଥିପାଇଁ ଆମେ ଦୁଃଖ ପ୍ରକାଶ କରିବା ସହିତ ଏହି ସଂସ୍କରଣର ପ୍ରଚ୍ଛଦପଟର ଛବି ଯୋଗାଇ ଦେଇଥିବା ମାନସ ମୁଦୁଲିଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ।

ଜୟ ଜଗନ୍ନାଥ ॥

Signature of Sangram Keshari Senapati

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।